ରାଉରକେଲା: ମଙ୍ଗଳବାରଠାରୁ ଚତୁର୍ଥ ରାଜ୍ୟ କନିଷ୍ଠ ବାଳକ ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ପର୍ଯ୍ୟୟରେ ୫ଟି କ୍ବାଲିଫାୟର୍ ମ୍ୟାଚ୍ ଖେଳାଯାଇଥିଲା। ଅପରପକ୍ଷରେ ନବରଙ୍ଗପୁର ଅନୁପସ୍ଥିତ ରହିବାରୁ ବରଗଡ଼ ଓ ଗଜପତି ଦଳ ଅନୁପସ୍ଥିତ ରହିବାରୁ ପୁରୀକୁ ବିଜେତା ଘୋଷଣା କରାଯାଇଛି।
ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ କଳାହାଣ୍ଡି ୩-୦ ଗୋଲ୍ରେ କୋରାପୁଟକୁ ପରାସ୍ତ କରିଥିବାବେଳେ ଜଗତସିଂହପୁର ୧୦-୦ ଗୋଲ୍ରେ ବାଲେଶ୍ବର, ଏକ୍ସ-ପାରାମିଲିଟାରୀ ଜୟ ଯବାନ ଆସୋସିଏସନ ୮-୦ ଗୋଲ୍ରେ ଗାଙ୍ଗପୁର ସ୍ପୋର୍ଟ୍ସ ଏକାଡେମୀ, ସୁବର୍ଣ୍ଣପୁର ୫-୦ ଗୋଲରେ ହକି ଗାଙ୍ଗପୁର ଓଡ଼ିଶା ଓ ଦିଲୀପ ତିର୍କି ସ୍ପୋର୍ଟ୍ସ ଏକାଡେମୀ ୯-୦ ଗୋଲ୍ରେ ବୌଦ୍ଧକୁ ପରାସ୍ତକରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।
Rourkela | Hockey
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/16/hockey-2025-09-16-22-29-24.jpg)