ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: କାନାଡ଼ାକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିବ ଭାରତ

ଭୁବନେଶ୍ୱର: ଆୟୋଜକ ଭାରତ ଶନିବାର ‘ପୁଲ-ସି’ର ଶେଷ ମ୍ୟାଚରେ କାନାଡାକୁ ହରାଇ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିବ। ଭାରତ ଆଜି ରାତି ୭ଟାରେ କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ କାନାଡାକୁ ଭେଟିବ। ଏହା ପୂର୍ବରୁ ସନ୍ଧ୍ୟା ୫ଟାରେ ପୁଲ୍‌ର ଅନ୍ୟତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହେଉଛି।

ବିଶ୍ୱର ୫ ନମ୍ବର ଟିମ୍‌ ଭାରତ ‘ପୁଲ-ସି’ରେ ୪ ପଏଣ୍ଟ ସହିତ ଶୀର୍ଷରେ ରହିଛି। ସେହିଭଳି ଅଲିମ୍ପିକ୍‌ ରୌପ୍ୟପଦକ ବିଜେତା ବେଲଜିୟମ୍‌ ମଧ୍ୟ ୪ ପଏଣ୍ଟ ହାସଲ କରି ୨ୟ ସ୍ଥାନରେ ରହିଛି। ମାତ୍ର ଭାରତର ହାରାହାରି ଅଧିକ ଥିବାରୁ ୧ ନମ୍ବରରେ ରହିଛି। ଭାରତର ଗୋଲ ହାରାହାରି ପ୍ଲସ ୫ ଥିବା ବେଳେ ବେଲଜିୟମ୍‌ର ଗୋଲ ହାରାହାରି ୧।

ଭାରତ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୦ ଗୋଲରେ ପରାସ୍ତ କରିଥିବା ବେଳେ ବେଲଜିୟମ୍‌ ସହିତ ମ୍ୟାଚକୁ ୨-୨ରେ ଡ୍ର ରଖିଥିଲା। ସେହିପରି କାନାଡାକୁ ୨-୧ ଗୋଲରେ ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ସହିତ ମ୍ୟାଚ ୧-୧ରେ ଡ୍ର ରଖିଥିଲା।

ସମ୍ବନ୍ଧିତ ଖବର