ଭୁବନେଶ୍ବର: ବିଶ୍ବକପ୍ ହକି, ଏଫ୍ଆଇଏଚ୍ ଚାମ୍ପିଅନ୍ସ ଟ୍ରଫି, ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ସହ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାର ସଫଳ ଆୟୋଜନ କରି ସମଗ୍ର ବିଶ୍ବରେ ପ୍ରଶଂସିତ ହୋଇଥିବା କଳିଙ୍ଗ ଷ୍ଟାଡିୟମ ଆଉ ଏକ ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତାର ଆୟୋଜନ ଅଧିକାର ପାଇଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ଅର୍ଥାତ୍ ଜାନୁଆରି ୧୮ରୁ ଏଠାରେ ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ ଖେଳାଯିବ। ଘରୋଇ ଏବଂ ବିଦେଶ ଭିତ୍ତିରେ ଖେଳା ଯାଉଥିବା ଏହି ପ୍ରତିଯୋଗିତାରେ ଭାରତ ତା’ର ସମସ୍ତ ଘରୋଇ ମ୍ୟାଚ୍ ଏଠାରେ ଖେଳିବ। ସେଥିପାଇଁ ଜାନୁଆରିରେ ଏଠାରେ ଭାରତ ସହ ନେଦରଲାଣ୍ଡ, ବେଲଜିୟମ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଭଳି ଶୀର୍ଷ ସ୍ତରୀୟ ହକି ଦଳ ଲଢ଼ୁଥିବାର ଦେଖିବାକୁ ମିଳିବେ। ପ୍ରୋ ହକି ଲିଗ୍ ଜାନୁଆରି ୧୧ରେ ଉଦଘାଟିତ ହେବ। ହେଲେ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟାୟ ଜାନୁଆରି ୧୮ରୁ ଆରମ୍ଭ ହେବ। ଓଡ଼ିଶା ଦର୍ଶକ ଏଠାରେ ୮ ମ୍ୟାଚ୍ ଦେଖିବାକୁ ପାଇବେ। ସୂଚନାଯୋଗ୍ୟ ଯେ ପ୍ରୋ ହକି ଲିଗ୍ର ପ୍ରଥମ ସଂସ୍କରଣରେ ଭାରତ ଅଂଶ ଗ୍ରହଣ କରି ନଥିଲା। ଦ୍ବିତୀୟ ସଂସ୍କରଣରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଖେଳିବ। ଭାରତ ୨୦୨୦ ଋତୁରେ ଜାନୁଆରି ୧୧ରୁ ଜୁନ୍ ୨୮ ମଧ୍ୟରେ ମୋଟ ୧୬ ମ୍ୟାଚ୍ ଖେଳିବ। କଳିଙ୍ଗ ଷ୍ଟାଡିୟମ ଛଡ଼ା ଭାରତୀୟ ଦଳ ବିଦେଶରେ ଅନ୍ୟ ୮ ମ୍ୟାଚ୍ ଖେଳିବ। ହେଲେ ପ୍ରତିଯୋଗିତାର ମୋଟ ୧୪୪ ମ୍ୟାଚ୍ ଖେଳାଯିବ। ଭାରତ ତା’ର ବିଦେଶ ମ୍ୟାଚ୍ ଜର୍ମାନିର ବର୍ଲିନ, ଗ୍ରେଟ୍ ବ୍ରିଟେନର ଲି’ ଭ୍ୟାଲି, ଆର୍ଜେଣ୍ଟିନାର ଟୁକୁମାନ ଓ ସ୍ପେନର ଭାଲେନସିଆଠାରେ ଖେଳିବ।
କଳିଙ୍ଗ ଷ୍ଟାଡିୟମ୍ରେ ଜାନୁଆରି ୧୮ରୁ ପ୍ରୋ-ହକି ଲିଗ୍, ଭାରତ ସହ ଲଢ଼ିବେ ନେଦରଲାଣ୍ଡ୍ସ
ବେଲଜିୟମ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ
/sambad/media/post_attachments/wp-content/uploads/2019/11/gdfsgs1dfg4sdf98g7sd89g4d6s5g4d564g65dsa4gsdagdasssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)