ନୂଆଦିଲ୍ଲୀ: ଆନ୍ତର୍ଜାତିକ ହକି ସଂଘ (ଏଫ୍ଆଇଏଚ୍) ହକି ପ୍ରୋ ଲିଗ୍ ପ୍ରଥମ ସଂସ୍କରଣ ପାଇଁ ବୁଧବାର ପୂର୍ଣ୍ଣାଙ୍ଗ ସୂଚୀ ଘୋଷଣା କରିଛି। ଏହି ଲିଗ୍ ଆଗାମୀ ୨୦୧୯ ଜାନୁଆରି ୧୯ ତାରିଖରୁ ଆରମ୍ଭ ହେବ। ଜାନୁଆରିରୁ ଜୁନ୍ ମାସ ମଧ୍ୟରେ ସାରା ବିଶ୍ୱରେ ଏହି ନୂଆ ଢାଞ୍ଚାର ପ୍ରତିଯୋଗିତା ଆୟୋଜନ ହେବ। ପ୍ରଥମ ସଂସ୍କରଣରେ ମୋଟ ୧୫୨ ମ୍ୟାଚ୍ ଖେଳାଯିବ। ଭାରତକୁ ଛାଡ଼ି ୯ ମହିଳା ଓ ୯ ପୁରୁଷ ଦଳ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରତ୍ୟେକ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ପ୍ରତ୍ୟେକ ଦଳ ଘରେ ଓ ବାହାରେ ୮ ଲେଖାଏଁ ମ୍ୟାଚ୍ ଖେଳିବେ। ଶେଷରେ ଶ୍ରେଷ୍ଠ ୪ ଲେଖାଏଁ ଦଳ ଫାଇନାଲ୍ ପ୍ରବେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଲିଗ୍ର ପ୍ରଥମ ସଂସ୍କରଣ ଉଦ୍ଘାଟନୀ ମୁକାବିଲା ରିଓ ୨୦୧୬ ଆୟୋଜକ ସ୍ପେନ୍ ଓ ୟୁରୋ ହକି ପ୍ରତିଯୋଗିତାର ରୌପ୍ୟ ବିଜେତା ବେଲ୍ଜିୟମ୍ ମଧ୍ୟରେ ହେବ। ତେବେ ଏହି ଲିଗ୍ ପାଇଁ ପ୍ରସାରଣ ଓ ବ୍ୟାବସାୟିକ ସହଯୋଗୀ ଆସନ୍ତାବର୍ଷ ଜାନୁଆରି ସୁଦ୍ଧା ଚୂଡାନ୍ତ ହେବ ବୋଲି ଏଫ୍ଆଇଏଚ୍ ସଭାପତି ନରିନ୍ଦର ଧ୍ରୁବ ବାତ୍ରା କହିଛନ୍ତି।
ହକି ପ୍ରୋ ଲିଗ୍ ସୂଚୀ ଘୋଷିତ
/sambad/media/post_attachments/wp-content/uploads/2018/02/FIH.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)