ଭାରତରେ ହେବ ହକି ସିରିଜ୍ ଫାଇନାଲ୍ସ

ଲୁସାନେ : ଏଫ୍‌ଆଇଏଚ୍ ହକି ସିରିଜ୍ ଫାଇନାଲ୍ସର ଦ୍ବିତୀୟ ପର୍ଯ୍ୟାୟ ଭାରତରେ ଆୟୋଜିତ ହେବ। ଏହା ଆସନ୍ତାବର୍ଷ ଜୁନ୍ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଦଳ ଟୋକିଓ ଅଲିମ୍ପିକ୍ସ ଲାଗି ଖେଳା ଯିବାକୁ ଥିବା ଯୋଗ୍ୟତାପର୍ଯ୍ୟାୟ ଲାଗି ସିଧାସଳଖ ଟିକେଟ ହାସଲ କରିବେ। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଆସନ୍ତା ବର୍ଷ ନଭେମ୍ବର ମାସରେ ଖେଳାଯିବ। ଆୟୋଜକ ଭାରତ ଛଡ଼ା ଏସୀୟ କ୍ରୀଡ଼ା ବିଜେତା ଜାପାନ, ମେକ୍ସିକୋ, ପୋଲାଣ୍ଡ, ରୁଷିଆ, ଦକ୍ଷିଣ ଆଫ୍ରିକା ଓ ଆମେରିକା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଭାରତରେ ହେବା ଚୂଡ଼ାନ୍ତ ହୋଇଥିଲେ ମଧ୍ୟ କେଉଁ ସହରରେ ଏହା ଆୟୋଜିତ ହେବ, ସେ ନିଷ୍ପତ୍ତି ଏବେ ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର