ହକି ଷ୍ଟିକ୍‌ ଓ ବଲ୍‌ ବଣ୍ଟନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହକିର ଲୋକପ୍ରିୟତା ବୃଦ୍ଧି ଲାଗି ହକି ଗାଙ୍ଗପୁର ଓଡ଼ିଶା ଉପସଭାପତି ଓ୍ଵିଲିୟମ୍‌ ଖାଲକୋ ଗୁରୁବାର ସ୍ଥାନୀୟ ତପୋବନ ଉଚ୍ଚ ବିଦ୍ୟାଳୟ, ଖଣ୍ଡଗିରିରେ ହକି ଷ୍ଟିକ୍‌ ଓ ବଲ୍‌ ବଣ୍ଟନ କରିଥିଲେ। ଓଡ଼ିଶାରେ ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଏବଂ ବିଶ୍ୱକପ୍‌ ଭଳି ଦୁଇଟି ବଡ଼ ପ୍ରତିଯୋଗିତା ଆୟୋଜନ ହେଉଥିବାରୁ ସ୍କୁଲ୍‌ ପିଲାଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ସୃଷ୍ଟି ଲାଗି ଏହି ଏକ ଛୋଟିଆ ପଦକ୍ଷେପ ବୋଲି ଖାଲକୋ କହିଥିଲେ। ତୃଣମୂଳ ସ୍ତରରୁ ହକିର ବିକାଶ ଲାଗି ପୂର୍ବରୁ ହକି ଗାଙ୍ଗପୁର ପକ୍ଷରୁ ୟୁନିଟ୍‌-୧ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ହକି ଷ୍ଟକ୍‌ ଏବଂ ବଲ୍‌ ବଣ୍ଟନର ବ୍ୟବସ୍ଥା ହୋଇଥିଲା। ଏହି ଅବସରରେ ତପୋବନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମ ଚନ୍ଦ୍ର ସାହୁ, ହକି ଗାଙ୍ଗପୁର ସଂପାଦକ ଦେବାଶିଷ ଗୌଡ଼, ଚିନ୍ମୟ ବେହେରା, ଅମଳେନ୍ଦୁ ମିଶ୍ର, ସୁରଜ କେର୍କେଟା ଓ ବିରାଜ ଟପ୍ପୋ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର