ହକି ଅମ୍ପାୟାରଙ୍କ ପ୍ରବନ୍ଧକ ବୀରେନ୍ଦ୍ରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତୀୟ ହକି ଅମ୍ପାୟାରଙ୍କ ପ୍ରବନ୍ଧକ ବୀରେନ୍ଦ୍ର ସିଂହଙ୍କ ସୋମବାର ଉତ୍ତରପ୍ରଦେଶର ମିରଟଠାରେ କରୋନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ବୀରେନ୍ଦ୍ର ବହୁ ଜାତୀୟ ଓ ସର୍ବଭାରତୀୟ ପ୍ରତିଯୋଗିତାରେ ଅଧିକାରୀ ଏବଂ ଅମ୍ପାୟାରଙ୍କ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ବିଶେଷ କରି ମ୍ୟାଚ୍‌ ପାଇଁ ଅମ୍ପାୟାର ଚୟନ କରିବା ତାଙ୍କ ଦାୟିତ୍ବ ରହୁଥିଲା। ନିକଟରେ ସେ ୫୬ତମ ସର୍ବଭାରତୀୟ ବୀର ସିଂହ ଜୁ ଦେବ ସ୍ମାରକୀ ପ୍ରତିଯୋଗିତା ଓ ପଞ୍ଚମ ରାଜମାତା ବିଜୟ ରାଜେ ସିନ୍ଧେ ମହିଳା ପ୍ରତିଯୋଗିତାରେ ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲେ। ସେ ଭାରତୀୟ ରେଳବାଇରେ ଚାକିରି କରିଥିଲେ।

ତାଙ୍କର ଦେହାନ୍ତରେ ହକି ଇଣ୍ଡିଆ ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଙ୍ଗୋମ୍ବାମ କହିଛନ୍ତି ଯେ ବୀରେନ୍ଦ୍ର ସିଂହଙ୍କ ଅକାଳ ବି‌ୟୋଗ ଜାଣିବାପରେ ମୁଁ ବହୁତ ଦୁଃଖିତ। ସୂଚନା‌ଯୋଗ୍ୟ ଯେ ଗତ ସପ୍ତାହରେ ମହାମାରୀ କରୋନା ଯୋଗୁଁ ପ୍ରଖ୍ୟାତ ହକି ପରିସଂଖ୍ୟକ ଏବଂ ଐତିହାସିକ ବାବୁଲାଲ ଗୋବର୍ଦ୍ଧନ ଯୋଶୀଙ୍କ ପରଲୋକ ‌ହୋଇଥିଲା।

ସମ୍ବନ୍ଧିତ ଖବର