ହକି ବିଶ୍ୱକପ୍ ମହାସମର: ଶାହରୁଖ, ମାଧୁରୀ ଓ ଏ. ଆର ରେହମାନଙ୍କ କାର୍ଯ୍ୟକ୍ରମ ସହ ମଞ୍ଚରେ ୧୫ଟି ଦେଶ ସଂସ୍କୃତିର ଝଲକ ଦେଖିବାକୁ ମିଳିବ
ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୮ ତାରିଖରୁ ହକି ବିଶ୍ୱକପ୍ ମହାସମର। ଆସନ୍ତାକାଲି ଉଦଘାଟନୀ ଉତ୍ସବ ପାଇଁ ଅଢେଇ ଘଣ୍ଟାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପାଇଁ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ ଚାଲିଛି। କିଙ୍ଗଖାନ୍ ଶାହରୁଖ, ମାଧୁରୀ ଦିକ୍ଷିତ ଓ ଏ. ଆର ରେହମାନଙ୍କ ସହ ମଞ୍ଚ ଉପରୁ ଦର୍ଶକଙ୍କୁ ନଚାଇବେ ଓଲିଉଡର ସୁପରହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା । ଏଥିସହ ୮ଶହରୁ ଅଧିକ କଳାକାର ନିଜ ନିଜ ରାଜ୍ୟର ସଂସ୍କୃତିକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିବେ । ମଂଚ ଉପରେ ୧୫ଟି ଦେଶ ସହ ଓଡିଶା ସଂସ୍କୃତିର ଝଲକ ଦେଖିବାକୁ ମିଳିବ।
ଶାସ୍ତ୍ରୀୟ ଓ ପାଶ୍ଚାତ୍ୟର ସଙ୍ଗମ ସହ ସୃଷ୍ଟି ହେବ ନୂଆ ଇତିହାସ । ଭୂଦେବୀ ନୃତ୍ୟରେ ସମସ୍ତଙ୍କ ମନ ମୋହିବେ ଶିଆମକ-ଅରୁଣା ମହାନ୍ତି ଯୋଡି । ଜାକ୍ ଏବଂ ପାଶ୍ଚାତ୍ୟ ଶୈଳୀର ଡାନ୍ସ ବି ଦେଖିବେ ଦର୍ଶକ । ଏଥିସହ ଅଫ୍ରିକାନ୍ କଲଚରାଲ ଡାନ୍ସ, ରାଜସ୍ଥାନ ଭବାଇ ଡାନ୍ସ ଦର୍ଶକଙ୍କ ମନ ମୋହିବ।