ଭୁବନେଶ୍ବର : ଓଡ଼ିଶା ହକି ବିଶ୍ବକପ୍ର ଫାଇନାଲ୍ରେ ମୁହାଁମୁହିଁ ହେବେ ବେଲଜିୟମ୍ ଓ ଜର୍ମାନି। ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦୁଇଟି ସେମିଫାଇନାଲ୍ ମଧ୍ୟରୁ ପ୍ରଥମ ମ୍ୟାଚ୍ରେ ଜର୍ମାନି ୪-୩ ଗୋଲ୍ରେ ଅଷ୍ଟ୍ରେଲିଆକୁ ଏବ˚ ଦ୍ବିତୀୟ ମ୍ୟାଚ୍ରେ ଗତ ସ˚ସ୍କରଣର ବିଜେତା ବେଲଜିୟମ୍ ୩-୨ (୨-୨) ଗୋଲ୍ରେ ଉପବିଜେତା ନେଦରଲାଣ୍ଡ୍ସକୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ଆସନ୍ତା ରବିବାର ତୃତୀୟ ସ୍ଥାନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ପ୍ରଥମ ସେମିଫାଇନାଲ୍ରେ ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟର˚ଜନ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏସ୍.ଵାଇ. କ୍ୟୁରେସି, ବିଡିଏ ଉପାଧ୍ୟକ୍ଷ ବଲଵନ୍ତ ସି˚ହ ଏବଂ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ କମିସନରେଟ୍ ପୁଲିସ୍ର ଅତିରିକ୍ତ କମିସନର ଉମାଶଙ୍କର ଦାସ ଅତିଥି ଭାବେ ଯୋଗଦେଇଥିଲେ। ଦ୍ବିତୀୟ ମ୍ୟାଚ୍ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଥିଲେ।