ଚଳିତ ହକି ବିଶ୍ବକପ୍ର ମଙ୍ଗଳବାରର କ୍ବାର୍ଟରଫାଇନାଲ୍ ମ୍ୟାଚ୍ ଦେଖିବାକୁ କଳିଙ୍ଗ ଷ୍ଟାଡିୟମରେ ବିଦେଶୀ ଦର୍ଶକଙ୍କ ଭିଡ଼ ଜମିଥିଲା। ଭାରତ କ୍ବାର୍ଟରଫାଇନାଲ୍ରେ ପହଞ୍ଚିନଥିବାରୁ ଘରୋଇ ଦର୍ଶକଙ୍କ ଭିଡ଼ ପୂର୍ବାପେକ୍ଷା କମ୍ ଥିଲା। ନର୍ଥ, ସାଉଥ ଓ ୱେଷ୍ଟ ଷ୍ଟାଣ୍ଡରେ ଘରୋଇ ଦର୍ଶକ ବସିଥିଲା ବେଳେ ୱେଷ୍ଟ ଷ୍ଟାଣ୍ଡରେ ବିଦେଶୀ ପ୍ରଶଂସକ ସଂଖ୍ୟା ପୂର୍ବ ମ୍ୟାଚ୍ଗୁଡ଼ିକ ଅପେକ୍ଷା ଅଧିକ ରହିଥିଲା। କ୍ବାର୍ଟରଫାଇନାଲ୍ରେ ପହଞ୍ଚିଥିବା ୮ଟି ଯାକ ଦଳର ସମର୍ଥକ ମଙ୍ଗଳବାର କଳିଙ୍ଗରେ ଉପସ୍ଥିତ ଥିବା ଦେଖାଯାଇଥିଲା।
ପ୍ରଥମ ଦୁଇ କ୍ବାର୍ଟରରେ ସ୍ପେନ୍-ଅଷ୍ଟ୍ରେଲିଆ ଏବଂ ବେଲ୍ଜିୟମ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିଲେ। ଖାଲି ଏହି ୪ ଦଳର ପ୍ରଶଂସକ ନୁହେଁ ଇଂଲଣ୍ଡ, ଜର୍ମାନି, ନେଦରଲାଣ୍ଡ୍ସ ଓ କୋରିଆର ପ୍ରଶଂସକ ମଧ୍ୟ ଏହି ଦୁଇ କ୍ବାର୍ଟରଫାଇନାଲ୍ ଦେଖିବାକୁ ଆସିଥିଲେ। ଭାରତ କ୍ରସ୍ ଓଭରରେ ନ୍ୟୁଜିଲାଣ୍ଡଠୁ ହାରି କ୍ବାର୍ଟରଫାଇନାଲ୍ରୁ ବଞ୍ଚିତ ହୋଇଥିବାରୁ କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦର୍ଶକ ନିଜ ଦେଶର ଖେଳ ଦେଖିପାରିବେନି। ଭାରତ ଦୁଇଟି କ୍ଲାସିଫିକେସନ୍ (ଜାନୁଆରି ୨୬ ଓ ୨୮) ମ୍ୟାଚ୍ ରାଉରଲକେଲାର ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳିବାକୁ ଯାଉଥିବାରୁ ସେଠାକାର ଦର୍ଶକ ଏହାର ମଜା ନେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/56sf4h654f654fh6fh.jpg)