ହକି ବିଶ୍ୱ ଲିଗ୍‌: ଫାଇନାଲରେ ଆର୍ଜେଣ୍ଟିନା-ଅଷ୍ଟ୍ରେଲିଆ

ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱ ଲିଗ ଫାଇନାଲର କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ୨ୟ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ୩-୦ରେ ଜର୍ମାନୀକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ପୂର୍ବରୁ ଫାଇନାଲ ପହଞ୍ଚି ଥିବା ଆର୍ଜେଣ୍ଟିନା ସହିତ ଅଷ୍ଟ୍ରେଲିଆର ମୁକାବିଲା ହେବ। ଏହି ମ୍ୟାଚ ରବିବାର ହେବ। ପ୍ରଥମ ସେମି ଫାଇନାଲରେ ଆର୍ଜେଣ୍ଟିନା ୧-୦ ଗୋଲରେ ଭାରତକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର