ହକି ବିଶ୍ୱ ଲିଗ୍‌ରେ ଭାରତକୁ ହରାଇ ଫାଇନାଲରେ ଆର୍ଜେଣ୍ଟିନା

ଆସନ୍ତାକାଲିର ବିଜେତା ସହ ରବିବାର ମୁକାବିଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଓଡ଼ିଶା ହକି ବିଶ୍ୱ ଲିଗ ଫାଇନାଲର ପ୍ରଥମ ସେମି ଫାଇନାଲରେ ଭାରତକୁ ୦-୧ ଗୋଲରେ ଆର୍ଜେଣ୍ଟିନା ପରାସ୍ତ କରିଛି। ଫଳରେ ଭାରତର ଫାଇନାଲ ମ୍ୟାଚ ଖେଳିବାର ସ୍ୱପ୍ନ ଶେଷ ହୋଇଛି। ଅର୍ଜେଣ୍ଟିନାର ପେଇଲଟ ଗୋଞ୍ଜଲୋ(୨) ୧୭ମିନିଟରେ ଭାରତ ବିପକ୍ଷରେ ଗୋଲ ଦେଇଥିଲେ।

ସେମି ଫାଇନାଲରେ ବିଜୟୀ ହୋଇଥିବା ଆର୍ଜେଣ୍ଟିନା ଡିସେମ୍ବର ୧୦ରେ ଫାଇନାଲ ମ୍ୟାଚ ଖେଳିବ। ଡିସେମ୍ବର ୯ରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ହେବାକୁ ଥିବା ୨ୟ ସେମିଫାଇନାଲର ବିଜେତାକୁ ମୁକାବିଲା କରିବ।

ଅନ୍ୟପକ୍ଷରେ ବର୍ଷା ସତ୍ତ୍ୱେ ମଧ୍ୟ ଦର୍ଶକମାନେ ସେମିଫାଇନାଲ ମ୍ୟାଚ ଉତ୍ସାହର ସହିତ ଉପଭୋଗ କରୁଥିଲେ। ଗତକାଲି ସନ୍ଧ୍ୟାରୁ ବର୍ଷା ଲାଗି ରହିଥିଲେ କଳିଙ୍ଗ ଷ୍ଟାଡିୟମରେ ହକି ମ୍ୟାଚକୁ ପ୍ରଭାବ ପକାଇ ପାରି ନଥିଲା।

ସମ୍ବନ୍ଧିତ ଖବର