ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଓଡ଼ିଶା ପୁରୁଷ ହକି ବିଶ୍ୱ ଲିଗ ଫାଇନାଲ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇ ଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପୁଲ-ବିରେ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଚାଲିଛି। ସେହିଭଳି ରାତି ୭ଟା ୩୦ରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୨ୟ ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ପୁଲ-ଏରେ ଆର୍ଜେଣ୍ଟିନା, ନେଦରଲାଣ୍ଡ, ବେଲଜିୟମ ଓ ସ୍ପେନ ଅଛନ୍ତି। ଶନିବାର ପୁଲ-ବିରେ ଥିବା ଦଳମାନଙ୍କ ମଧ୍ୟରେ ମ୍ୟାଚ ହେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୬ଟା ୩୦ ମିନିଟରେ ହକି ବିଶ୍ୱ ଲିଗକୁ ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହକି ପ୍ରେମୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ଦେଖାଯାଇଛି। ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ବ୍ୟାପକ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।