ହକି ଓ୍ଵାଲ୍‌ର୍ଡ ଲିଗ ଫାଇନାଲ: ଭୁବନେଶ୍ୱର ପହଞ୍ଚିଲେ ଅଷ୍ଟ୍ରେଲିଆ, ବେଲଜିୟମ ଟିମ୍‌

ଭୁବନେଶ୍ୱର: ବିଗତ ଚମ୍ପିଅନ ଅଷ୍ଟ୍ରେଲିଆ ଓ ବିଶ୍ୱର ୩ ନମ୍ବର ଟିମ୍‌ ବେଲଜିୟମର ଖେଳାଳିମାନେ ରବିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆଗାମୀ ଡିସେମ୍ବର ୧ରୁ ୧୦ ପର୍ଯ୍ୟନ୍ତ ଓଡ଼ିଶା ମେନ୍ସ ହକି ଓ୍ଵାଲ୍‌ର୍ଡ ଲିଗ ଫାଇନାଲରେ ଉଭୟ ଟିମ୍‌ ଭାଗ ନେବାକୁ ପହଞ୍ଚିଛନ୍ତି। ବିମାନବନ୍ଦରରେ ଉଭୟ ଟିମ ପହଞ୍ଚିବା ପରେ ଆୟୋଜକ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଅଷ୍ଟ୍ରେଲିଆ ଓ ବେଲଜିୟମ ଟିମରେ ଭଲ ଅନ୍ତର୍ଜାତୀୟ ଖେଳାଳି ଥିବାରୁ ସେମାନଙ୍କୁ ଦେଖିବା ପାଇଁ ହକି ପ୍ରେମୀ ଯୁବକମାନେ ବିମାନବନ୍ଦର ସମ୍ମୁଖରେ ଭିଡ଼ ଲଗାଇଥିଲେ। ଅଷ୍ଟ୍ରେଲିଆ ମେନ୍ସ ହକି ଟିମ୍‌ର ମୁଖ୍ୟ କୋଚ କହିଛନ୍ତି, ଉଭୟ ଟିମ୍‌ରେ ଭଲ ଖେଳାଳି ଅଛନ୍ତି। ମ୍ୟାଚ କିଏ ଜିଣିବ ଏବେଠାରୁ କହି ହେବ ନାହିଁ। ଓମେନ ହକି ଓ୍ଵାଲ୍‌ର୍ଡ ଲିଗର ଫାଇନାଲ ମ୍ୟାଚରେ ଉଭୟ ଦେଶର ଖେଳାଳି ଏମିତି ଖେଳୁଥିଲେ, ମ୍ୟାଚର ଫଳା ଫଳ ବିଷୟରେ କହିବା ସହଜ ହୋଇ ପାରୁ ନ ଥିଲା। ଏବର୍ଷ ଆମେ ଇଂଲଣ୍ଡ, ସ୍ପେନ ଓ ବେଲଜିୟମ ସହିତ ମ୍ୟାଚ ଖେଳିଛୁ ବୋଲି କୋଚ କୋଲିନ ବେଚ୍‌ କହିଛନ୍ତି।

ବେଲଜିୟମ କୋଚ ସେନ୍‌ ମ୍ୟାକଲିଅଡ କହିଛନ୍ତି ଓଡ଼ିଶାରେ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱ କପ୍‌ ପୂର୍ବରୁ ପ୍ରବେଶ କରିବା ପାଇଁ ଏହା ଏକ ଭଲ ପ୍ଲାର୍ଟଫର୍ମ। କାରଣ ଏହି ପ୍ରତିଯୋଗିତାରୁ ବିଶ୍ୱର ଶ୍ରେଷ୍ଠ ଟିମ ସମ୍ପର୍କରେ ଆକଳନ କରାଯାଇ ପାରିବ। ଜୁନିଅର ଓ୍ଵାଲ୍‌ଡ କପ୍‌ରୁ ଆମ ଟିମ୍‌ରେ ୪ଜଣ ଖେଳାଳି ଅଛନ୍ତି।

ସମ୍ବନ୍ଧିତ ଖବର