ହକି ଓ୍ଵାଲ୍‌ର୍ଡ ଲିଗ୍‌ ଫାଇନାଲ: ଆସନ୍ତାକାଲି ଭାରତ ଓ ବିଶ୍ୱ ଚମ୍ପିଅନ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା

ଭୁବନେଶ୍ୱର: ଏସିଆ ମହାଦେଶର ଶକ୍ତିଶାଳୀ ଭାରତୀୟ ଟିମ୍‌ ହକି ଓ୍ଵାଲ୍‌ର୍ଡ ଲିଗ ଫାଇନାଲରେ ନିଜର ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିବ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟର ପୁଲ-ବି ପ୍ରତିଯୋଗିତାରେ ଭାରତ ଓ ବିଶ୍ୱ ଚମ୍ପିଅନ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ମ୍ୟାଚ ଖେଳାଯିବ। ପୁଲ-ବିରେ ଅଷ୍ଟ୍ରେଲିଆ ବ୍ୟତୀତ ଇଂଲଣ୍ଡ ଓ ଜର୍ମାନୀ ମଧ୍ୟ ଅଛନ୍ତି। ସେହିଭଳି ପୁଲ-ଏରେ ଅଲମ୍ପିକ ଚମ୍ପିଅନ ଆର୍ଜେଣ୍ଟିନା, ନେଦରଲାଣ୍ଡ, ବେଲଜିୟମ ଓ ସ୍ପେନ ଅଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଭାରତ-ଅଷ୍ଟ୍ରେଲିଆ ବ୍ୟତୀତ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ମଧ୍ୟ ମ୍ୟାଚ ଖେଳାଯିବ।

ଉପ-ମହାଦୀପରେ ଭାରତୀୟ ଟିମ୍‌ର ପ୍ରଭାବ ରହିଛି। ନିକଟରେ ବାଲାଂଦେଶର ରାଜଧାନୀ ଢାକାରେ ଆୟୋଜିତ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ଭାରତ ଚମ୍ପିଅନ ହୋଇଛି। ହକି ଓ୍ଵାଲ୍‌ର୍ଡ ଲିଗ୍‌ ଫାଇନାଲରେ ନିଜର ପ୍ରଭାବ ଜାରି ରଖିବାକୁ ହେଲେ, ଭାରତକୁ ନୂଅାଁ ରଣନୀତି ଆପଣାଇବାକୁ ପଡ଼ିବ।

ବିଶ୍ୱର ୨ୟ ସର୍ବଶ୍ରେଷ୍ଠ ଟିମ ଅଷ୍ଟ୍ରେଲିଆ ବିରୋଧରେ ଭାରତକୁ ବିଗତ କିଛି ମାସ ହେବ ସଫଳତା ମିଳି ନାହିଁ। ଚମ୍ପିଅନ ଟ୍ରଫି, ଆଜଲାନ ଶାହା ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପରାସ୍ତ ହେବାକୁ ପଡ଼ିଛି। ଆଠଟି ଦେଶକୁ ନେଇ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ।

ଭାରତର ନୂଅାଁ କୋଚ ସୋର୍ଡ ମାରିନଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ହେବ ଅଗ୍ନୀ ପରୀକ୍ଷା। କାରଣ ସେ ୨ମାସ ତଳେ ରୋଲାଣ୍ଡ ଅଲ୍ଟମେସଙ୍କ ସ୍ଥାନ ନେଇଛନ୍ତି। ମାରିନ ଏସିଆ କପ୍‌ରେ ସଫଳ ହୋଇଛନ୍ତି କିନ୍ତୁ ହକି ଲିଗ ଫାଇନାଲ ତାଙ୍କ ପାଇଁ ନୂଆଁ ଅନୁଭୂତି ଆଣିବ।

ସମ୍ବନ୍ଧିତ ଖବର