ହକି ବିଶ୍ୱ ଲିଗ: ଭାରତକୁ କାଂସ୍ୟ ପଦକ, ୨-୧ରେ ଜର୍ମାନୀ ପରାସ୍ତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଓଡ଼ିଶା ହକି ବଶ୍ୱ ଲିଗ ଫାଇନାଲରେ ଭାରତକୁ କାଂସ୍ୟ ପଦକ ମିଳିଛି। ୧୦ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ରବିବାର ୩ୟ ସ୍ଥାନ ପାଇଁ ଖେଳାଯଇଥିବା ମ୍ୟାଚରେ ଭାରତ ୨-୧ରେ ଜର୍ମାନୀକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି।

ଭାରତ ପକ୍ଷରୁ ୨୧ ମିନିଟରେ ସୁନିଲ ସୁମନପ୍ରିତ (୨୪) ଜର୍ମାନୀ ବିପକ୍ଷରେ ପ୍ରଥମ ଗୋଲ ଦେଇଥିଲେ। ଜବାବରେ ଜର୍ମାନୀର ମାର୍କ ଆପେଲ ୩୬ ମିନିଟରେ ଭାରତ ବିପକ୍ଷରେ ଗୋଲ ଦେଇ ଖେଳକୁ ସମାନସ୍ତରକୁ ଆଣିଥିଲେ। ୩ୟ କ୍ୱାଟରରେ ମ୍ୟାଚ ଡ୍ର ରହିବାରୁ ୪ର୍ଥ କ୍ୱାର୍ଟର ଖେଳାଯାଇଥିଲା। ଏଥିରେ ହରମନପ୍ରିତ ୫୪ ମିନିଟରେ ଜର୍ମାନୀ ବିପକ୍ଷରେ ଗୋଲ ଦେଇଥିଲେ।

ସୂଚନାଯୋଗ୍ୟ ଗତ ଡିସେମ୍ବର ୮ରେ ଭାରତ ୦-୧ରେ ଆର୍ଜେଣ୍ଟିନାରୁ ପରାସ୍ତ ହୋଇଥିବା ବେଳେ ଡିସେମ୍ବର ୯ରେ ଜର୍ମାନୀ ୦-୩ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର