ଭୁବନେଶ୍ୱର: ହକି ବିଶ୍ୱ ଲିଗ୍ ଫାଇନାଲରେ ଶୁକ୍ରବାର ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନା ଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିବା ଭାରତ ରବିବାର ୩ୟ ସ୍ଥାନ ପାଇଁ ପୁଣି ଥରେ କଳିଙ୍ଗ ଷ୍ଟାଡିୟମକୁ ଓହ୍ଲାଇବ। ଶକ୍ତିଶାଳୀ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାରେ ସନ୍ଧ୍ୟା ୭ଟା ୩୦ମିନିଟରେ ହେବାକୁ ଥିବା ୨ୟ ସେମିଫାଇନାଲ ମ୍ୟାଚର ବିଜେତାକୁ ଭାରତ ରବିବାର ଭେଟିବ।
ସୂଚନାଯେଗ୍ୟ, ପ୍ରଥମ ସେମି ଫାଇନାଲ ମ୍ୟାଚରେ ଭାରତକୁ ୦-୧ ଗୋଲରେ ଆର୍ଜେଣ୍ଟିନା ପରାସ୍ତ କରିଛି। ଫଳରେ ଭାରତର ଫାଇନାଲ ମ୍ୟାଚ ଖେଳିବାର ସ୍ୱପ୍ନ ଶେଷ ହୋଇଛି। ଅର୍ଜେଣ୍ଟିନାର ପେଇଲଟ ଗୋଞ୍ଜଲୋ(୨) ୧୭ମିନିଟରେ ଭାରତ ବିପକ୍ଷରେ ଗୋଲ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/M3A1532.jpg)