ହାଇଦ୍ରାବାଦ: ସାମାଜିକ ଦାୟିତ୍ବବୋଧ ତଥା ନିରନ୍ତର ପରିବେଶ ଅନୁକୂଳ ବିକାଶର ପ୍ରତିବଦ୍ଧତା ପରିପ୍ରେକ୍ଷୀରେ ହକି ଇଣ୍ଡିଆ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ତେଲେଙ୍ଗାନାର ହାଇଦ୍ରାବାଦଠାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଅବସରରେ ବନୀକରଣ ତଥା ପରିବେଶ ସୁରକ୍ଷାର ଜନହିତକର ବାର୍ତ୍ତା ଦେବାକୁ ‘ଆଡପ୍ଟଟ୍ରୀ’ ନାମକ ସ୍ବେଚ୍ଛାସେବୀ ସଂଗଠନ ସହ ସହବନ୍ଧନ କରିଛି। ଏହି ପ୍ରତିଯୋଗିତା ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ। ୭ ଦିନର ଖେଳରେ ହେବାକୁ ଥିବା ପ୍ରତି ପେନାଲ୍ଟି କର୍ଣ୍ଣର ପାଇଁ ‘ଆଡପ୍ଟଟ୍ରୀ’ ୫୦ ଗଛ ଲଗାଇବ। ସେହିଭଳି ଗୋଟିଏ ଗୋଟିଏ ଗୋଲ୍ ପାଇଁ ୧୦୦ ଲେଖାଏଁ ବୃକ୍ଷ ରୋପଣ କରିବ। ଏହି ଅନନ୍ୟ ସବୁଜ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷାରେ ଜଙ୍ଗଲ ତଥା ସବୁଜିମାର ସକାରାତ୍ମକ ପ୍ରଭାବ ଏବଂ ଏହାର ସୁଫଳକୁ ଲୋକଙ୍କ ପାଖରେ ପହଞ୍ଚାଇବେ ‘ହକି ଇଣ୍ଡିଆ’ ଓ ‘ଆଡପ୍ଟଟ୍ରୀ’। ଏହି ଗଛଗୁଡ଼ିକ ତେଲେଙ୍ଗାନା, ନାଗାଲାଣ୍ଡ ଓ ଅରୁଣାଚଳପ୍ରଦେଶ ଲଗାଯିବ। ଯାହା ପରିବେଶଗତ ପୁନରୁଦ୍ଧାର ଏବଂ ସବୁଜ ଆଚ୍ଛାଦନ ବିସ୍ତାର ଦିଗରେ ଏକ ମାଇଲ୍ଖୁଣ୍ଟ ସାବ୍ୟସ୍ତ ହେବ।
ଆହୁରି ପଢନ୍ତୁ: Gas Leaks: ଗ୍ୟାସ୍ ପାଇପ୍ ଲିକ୍ରୁ ଅଗ୍ନିକାଣ୍ଡ: ୪ ଶ୍ରମିକ ଆହତ
ଏଭଳି ପ୍ରୟାସର ମୂଳ ଲକ୍ଷ୍ୟ ହେଉଛି ଏକ ସ୍ଥାୟୀ ପରିବେଶଗତ ଐତିହ୍ୟ ସୃଷ୍ଟି କରିବା ସହିତ ଖେଳାଳି, ପ୍ରଶଂସକ ଓ ସମ୍ପ୍ରଦାୟ ମଧ୍ୟରେ ପରିବେଶ ବିକାଶର ସଚେତନତାକୁ ପ୍ରୋତ୍ସାହିତ କରିବା। ଏହି ଅଭିଯାନ ମଧ୍ୟ ଅନ୍ତର୍ଜାତୀୟ ହକି ମହାସଂଘର ‘ଜଙ୍ଗଲକୁ ଫେରାଇବା’ ଅଭିଯାନକୁ ଆହୁରି ସୁଦୃଢ଼ କରିବ। ଏହି ଅଭିଯାନ ଅନ୍ତର୍ଗତ ଭାରତ, ଚୀନ, ଓମାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଉରୁଗୁଏ ଭଳି ଦେଶରେ ଏଫ୍ଆଇଏଚ୍ ଭିନ୍ନ ଭିନ୍ନ ସ୍ବେଚ୍ଛାସେବୀ ସଂଗଠନକୁ ସାଥୀ କରି ହଜାର ହଜାର ବୃକ୍ଷରୋପଣ କରିସାରିଲାଣି। ଏହି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି, ହକି ସବୁବେଳେ ଦଳଗତ ଭାବନା, ଦାୟିତ୍ବବୋଧ, ସମ୍ମାନ ଓ ନାଗରିକ ମୂଲ୍ୟକୁ ଗୁରୁତ୍ବ ଦେଇ ଆସିଛି। ଯାହା ହକି ପଡ଼ିଆ ବାହରକୁ ମଧ୍ୟ ପରିବର୍ଦ୍ଧିତ। ବିଶ୍ବକପ୍ର ପରିବେଶ ବିକାଶ ସାଥୀ ଭାବେ ‘ଆଡପ୍ଟଟ୍ରୀ’କୁ ପାଇ ଆମେ ବହୁତ ଉଲ୍ଲସିତ। ଗୋଲ୍ ଓ କର୍ଣ୍ଣର ସହ ବୃକ୍ଷରୋପଣକୁ ଯୋଡ଼ି ଏଫ୍ଆଇଏଚ୍ କ୍ରୀଡ଼ା ସଫଳତାକୁ ଏକ ସ୍ଥାୟୀ ପରିବେଶଗତ ଐତିହ୍ୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ସଂପାଦକ ଭୋଳାନାଥ ସିଂହ ମଧ୍ୟ ଏଫ୍ଆଇଏଚ୍ର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ ଯେ ଏଫ୍ଆଇଏଚ୍ ହକି ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ଆୟୋଜକ ଭାରତ ସହ ଇଂଲଣ୍ଡ, ସ୍କଟଲାଣ୍ଡ, କୋରିଆ, ଇଟାଲି, ଉରୁଗୁଏ, ୱେଲ୍ସ ଓ ଅଷ୍ଟ୍ରିଆ ଭଳି ଦେଶ ଅଂଶଗ୍ରହଣ କରିବେ। ଏଥିରୁ ବେଲଜିୟମ ଓ ନେଦରଲାଣ୍ଡ୍ସରେ ଚଳିତବର୍ଷ ଖେଳାଯିବାକୁ ଥିବା ହକି ବିଶ୍ବକପ୍ ଲାଗି ତିନିଟି ଦଳ ଯୋଗ୍ୟତା ଅର୍ଜନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/27/27bbs_40_27022026_112-2026-02-27-21-59-20.jpg)