ଶୀର୍ଷ ୫କୁ ଫେରିଲେ ୱିମ୍ବଲ୍‌ଡନ୍‌ ବିଜୟିନୀ ହାଲେପ୍‌

ପ୍ୟାରିସ,: ନୂଆ କରି ୱିମ୍ବଲ୍‌ଡନ୍‌ ବିଜୟିନୀ ହୋଇଥିବା ସିମୋନା ହାଲେପ ସଦ୍ୟପ୍ରକାଶିତ ମହିଳା ଟେନିସ ସଂଘ ମାନ୍ୟତା‌ରେ ଶୀର୍ଷ ୫ ମଧ୍ୟକୁ ଫେରିଛନ୍ତି। ଏହି ରୋମାନିଆ ଖେଳାଳି ୫୯୩୩ ପଏଣ୍ଟ୍‌ ସହ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି (୬୬୦୫) ପୂର୍ବ ପରି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଜାପାନର ନାଓମି ଓସାକା ଦ୍ବିତୀୟ, କାରୋଲିନା ପ୍ଲିସକୋଭା ତୃତୀୟ ଏବଂ କିକି ବର୍ତେନ୍ସ ପଞ୍ଚମରେ ରହିଛନ୍ତି। ତେବେ ପୁରୁଷ ମାନ୍ୟତାର ପ୍ରଥମ ୩ ସ୍ଥାନର କୌଣସି ପରିବର୍ତନ ହୋଇନାହିଁ। ୱିମ୍ବଲ୍‌ଡନ୍‌ ବିଜେତା ସର୍ବିଆର ନୋଭାକ ଜୋକୋଭିକ (୧୨୪୧୫ ପଏଣ୍ଟ୍‌) ଶୀର୍ଷରେ ରହିଥିଲା ବେଳେ ସ୍ପେନ୍‌ର ରାଫେଲ୍‌ ନାଦାଲ୍‌ (୭୯୪୫) ଦ୍ବିତୀୟ ଏବଂ ସ୍ବିଜରଲାଣ୍ଡର ରୋଜର ଫେଡେରର୍‌ (୭୪୬୦) ତୃତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର