ଆମ ଦେଶରେ କ୍ରିକେଟ୍ ଏବଂ ବଲିଉଡ ତାରକାଙ୍କୁୁ ଦର୍ଶକ ବହୁତ ପସନ୍ଦ କରିଥା’ନ୍ତି। ଆଜି ଆମେ ଆପଣଙ୍କୁ ଆପଣଙ୍କର ପ୍ରିୟ କ୍ରିକେଟ୍ ଖେଳାଳି କେଉଁ ସ୍ଥାନରେ ତାଙ୍କର ଛୁଟି କଟାଇବାକୁ ପସନ୍ଦ କରିଥା’ନ୍ତି ସେହି ବିଷୟରେ ଜଣାଇବୁ।
ବିରାଟ କୋହ୍ଲି
ଭାରତୀୟ କ୍ରିକେଟ୍ ଦଳର କ୍ୟାପ୍ଟେନ୍ ବିରାଟ କୋହଲିଙ୍କୁ ବାର୍ସିଲୋନା ବହୁତ ପସନ୍ଦ ରହିଥିବାବେଳେ,ତାଙ୍କର ଅଧିକାଂଶ ଫଟୋକୁ ଏହି ସ୍ଥାନରୁ ଉଠାଯାଇଥିବା ସୋସିଆଲ୍ ମିଡ଼ିଆରୁ ଜଣାଯାଇଛି। ଏହାବ୍ୟତୀତ ବିରାଟଙ୍କୁ ତାଙ୍କ ବନ୍ଧୁମାନଙ୍କ ସହିତ ଇଟ୍ଲୀରେ ଫଟୋରେ ମଧ୍ୟ ଦେଖାଯାଇଛି।
ଏମ୍.ଏସ୍.ଧୋନି
କ୍ୟାପ୍ଟେନ୍ କୁଲ୍ ବୋଲାଉଥିବା ଏମ୍.ଏସ୍.ଧୋନିଙ୍କୁ ତାଙ୍କ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହିତ ଶ୍ରୀଲଙ୍କାରେ ଛୁଟି କଟାଇବାକୁ ଭଲଲାଗିଥାଏ। ଧୋନି ତାଙ୍କର ଏକ ଇଣ୍ଟରଭ୍ୟୁରେ ଶ୍ରୀଲଙ୍କା ତାଙ୍କ ପସନ୍ଦର ଟୁରିଷ୍ଟ୍ ପ୍ଲେସ୍ ବୋଲି ଜଣାଇଥିଲେ।
ସଚିନ୍ ତେନ୍ଦୁଲ୍କର୍
ତେବେ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲ୍କର୍ଙ୍କୁ ତାଙ୍କର ପରିବାର ସହିତ ଗୋଆରେ ଛୁଟିକାଟିବାକୁ ଭଲ ଲାଗିଥାଏ।ସଚିନ୍ଙ୍କୁ ବହୁତଥର ଗୋଆରେ ତାଙ୍କ ଫ୍ୟାମିଲି ଟ୍ରିପ୍ର ଫଟୋ ସେୟାର୍ କରୁଥିବାର ମଧ୍ୟ ଦେଖାଯାଇଛି।
ଶିଖର ଧଓ୍ଵନ
ଶିଖର ଧଓ୍ଵନଙ୍କର ପସନ୍ଦର ଟୁରିଷ୍ଟ୍ ପ୍ଲେସ୍ ହେଉଛି ଅଷ୍ଟ୍ରେଲିଆ, ଯେଉଁଠାକୁ ସେ ତାଙ୍କ ବନ୍ଧୁମାନଙ୍କୁ ସାଂଗରେ ନେଇ ଛୁଟି କଟାଇବାକୁ ଯାଇଥା’ନ୍ତି।
ଉମେଶ୍ ଯାଦବ
ଉମେଶ୍ ତାଙ୍କର ଛୁଟିଦିନକୁ ପ୍ୟାରିସ୍ରେ କଟାଇବାକୁ ଅଧିକ ପସନ୍ଦ କରନ୍ତି ବୋଲି କହିଛନ୍ତି। ସୋସିଆଲ୍ ମିଡିଆରେ ଉମେଶ୍ ପ୍ୟାରିସ୍ ଟ୍ରିପ୍ର ବହୁତ ଫଟୋ ସେୟାର୍ କରିଛନ୍ତି।
ରାହୁଲ୍ ଦ୍ରାବିଡ଼୍
ପୂର୍ବତନ କ୍ରିକେଟ୍ ଖେଳାଳି ତଥା କ୍ୟାପ୍ଟେନ୍ ରାହୁଲ୍ ଦ୍ରବିଡ଼୍ଙ୍କୁ ସ୍କଟଲ୍ୟାଣ୍ଡ୍କୁ ନିର ଟ୍ରିପ୍ରେ ଯିବାକୁ ଭଲଲାଗିଥାଏ ବୋଲି ସେ ତାଙ୍କ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।
ଗୌତମ ଗମ୍ଭୀର
ଭାରତୀୟ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀରଙ୍କୁ ମାଲଦିଭସ୍ ବହୁତ ହିଁ ପସନ୍ଦ । ଗୌତମ ବହୁବାରମାଲଦିଭସ୍ ଯାଇ ଛୁଟି କଟାଉଥିବାର ଦେଖାଯାଅଛି।