ଅଷ୍ଟ୍ରେଲିଆରେ ଇତିହାସ ରଚିଲା ହୋଣ୍ଡା ରେସିଂ ଦଳ

ଭୁବନେଶ୍ବର: ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଆଇଡେମିସୁ ହୋଣ୍ତା ରେସିଂ ଇଣ୍ଡିଆ ଦଳ। ଏହି ଦଳର ଯୁବ ଭାରତୀୟ ଚାଳକ ରାଜୀବ ସେଥୁ ସେଠାରେ ଆୟୋଜିତ ଏଫ୍ଆଇଏମ୍ ଏସିଆ ରୋଡ୍ ରେସିଂ ପ୍ରତିଯୋଗିତାର ଏପି ୨୫୦ ଶ୍ରେଣୀରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ରବିବାର ରାଜୀବ ୧୨ତମ ସ୍ଥାନରୁ ରେସ୍ ଆରମ୍ଭ କରିଥିଲେ। ତେବେ ଜୋରଦାର ପ୍ରଦର୍ଶନ କରି ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିବା ସାଙ୍ଗକୁ ଦ୍ରୁତତମ ଲ୍ୟାପ୍ ସହ ୬ ପଏଣ୍ଟ ଅର୍ଜନ କରିଥିଲେ। ଭାରତର ଅନ୍ୟତମ ଚାଳକ ସେନ୍ଥିଲ କୁମାର ୧୮ତମ ସ୍ଥାନରୁ ରେସ୍‌ ଆରମ୍ଭ କରି ୧୭ତମ ସ୍ଥାନରେ ରହିଥିଲେ। ଏପି ୨୫୦ ଚାମ୍ପିଅନ୍ ଇଣ୍ଡୋନେସିଆର ଆଣ୍ତି ମହମ୍ମଦ ଫାଡ୍ଲି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ହୋଣ୍ତା ରେସିଂ ଥାଇଲ୍ୟାଣ୍ଡ୍‌ର ଚାଳକ ମୁକଲାଡା ସାରାପଚ୍ ଦ୍ବିତୀୟ ଓ ଜାପାନର ଆକି ଆୟୋଶି ତୃତୀୟ ସ୍ଥାନରେ ରହିଥିଲେ। ଦଳର ପ୍ରଦର୍ଶନକୁ ନେଇ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ଉପସଭାପତି-ବ୍ରାଣ୍ତ୍ ଆଣ୍ତ୍ କମ୍ୟୁନିକେସନ, ହୋଣ୍ତା ମୋଟରସାଇକଲ୍ ଆଣ୍ତ୍ ସ୍କୁଟର ଇଣ୍ତିଆ ଲିମିଟେଡ୍ କହିଛନ୍ତି ଯେ ଆଜିର ଦିନଟି ଖୁସିର ଦିନ ଥିଲା। ଶ୍ରେଷ୍ଠ ୧୦ ଭିତରେ ରେସ୍‌ ଶେଷ କରିବାର ଲକ୍ଷ୍ୟ ସ୍ଥଳରେ ଆମେ ପହଂଚିଗଲୁ। ରାଜୀବଙ୍କ ଦକ୍ଷତା ଉପରେ ଆମର ବିଶ୍ବାସ ଥିଲା। ସେ ୩ଟି ରେସ୍‌ରେ ୧୪ ପଏଂଟ୍ ହାସଲ କଲେ।

ସମ୍ବନ୍ଧିତ ଖବର