ହଂକଂ ଓପନ୍‌ ଫାଇନାଲ୍‌ରେ ହାରିଲେ ସିନ୍ଧୁ

ନୂଆଦିଲ୍ଲୀ: ଏକମାତ୍ର ଭାରତୀୟ ଭାବେ ଚଳିତ ୪୦୦,୦୦୦ ଡଲାର ପୁରସ୍କାର ବିଶିଷ୍ଟ ହଂକଂ ଓପନ୍‌ ସୁପର୍‌ ସିରିଜ୍‌ ପ୍ରତିଯୋଗିତାରେ ତିଷ୍ଠି ରହିଥିବା ପିଭି ସିନ୍ଧୁ ଶେଷରେ ଉପ ବିଜୟିନୀରେ ସନ୍ତୁଷ୍ଟ ରହିଲେ। ଅଲିମ୍ପିକ୍‌ ରୌପ୍ୟ ବିଜୟିନୀ ସିନ୍ଧୁ ରବିବାର ମହିଳା ଏକକ ଫାଇନାଲ୍‌ରେ ସିଧାସଳଖ ୧୮-୨୧ ଓ ୧୮-୨୧ରେ ଚାଇନିଜ୍‌ ତାଇପେ ପ୍ରତିଦ୍ୱନ୍ଦ୍ୱୀ ତାଇ ଜୁ ୟିଙ୍ଗ୍‌ଙ୍କ ନିକଟରୁ ହାରିଗଲେ। ନିଜର କ୍ରମାଗତ ପଞ୍ଚମ ପ୍ରତିଯୋଗିତା ଖେଳିଥିବା ସିନ୍ଧୁ ପୂର୍ବ ବିଜୟିନୀ ୟିଙ୍ଗ୍‌ଙ୍କଠୁ ଚତୁର୍ଥ ପରାଜୟ ବରଣ କଲେ। ଏଥରକୁ ମିଶାଇ ପରସ୍ପର ୧୧ ଥର ମୁହାଁମୁହିଁ ହୋଇଥିଲା ବେଳେ ୟିଙ୍ଗ୍‌ ଅଷ୍ଟମ ବିଜୟ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର