ହଂକଂ ଓପନ୍‌ କ୍ୱାର୍ଟରରେ ସିନ୍ଧୁ: ପ୍ରଣୟ, ସାଇନା ବିଦା

କୋଲୁନ୍‌: ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ଚଳିତ ହଂ କଂ ଓପନ୍‌ ସୁପର୍‌ ସିରିଜ୍‌ ଟ୍ରଫିର କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ଗୁରୁବାର ଏକ ଦ୍ୱିତୀୟ ରାଉଣ୍ଡ୍‌ ମୁକାବିଲାରେ ସିନ୍ଧୁ ଜାପାନର ଆୟା ଓହୋରିଙ୍କୁ ୨୧-୧୪, ୨୧-୧୭ରେ ପରାସ୍ତ କରିଥିଲେ। ଶୁକ୍ରବାର ସିନ୍ଧୁ କ୍ୱାର୍ଟର ଫାଇନାଲ୍‌ରେ ଚୀନ୍‌ ଓପନ୍‌ ବିଜୟିନୀ ଆକାନେଙ୍କୁ ଭେଟିବେ। ବୁଧବାର ସିନ୍ଧୁ ପ୍ରଥମ ରାଉଣ୍ଡରେ ୨୧-୧୮, ୨୧-୧୦ରେ ହଂ କଂର ଲିଉଙ୍ଗ୍‌ ୟୁଏତ୍‌ ୟିଙ୍କୁ ପରାସ୍ତ କରି ୪ ଲକ୍ଷ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ସୁପର୍‌ ସିରିଜ୍‌ର ପ୍ରଥମ ବାଧା ଅତିକ୍ରମ କରିଥିଲେ। ତେବେ ଜାତୀୟ ବିଜୟିନୀ ସାଇନା ନେହଓ୍ଵାଲ୍‌ ଏବଂ ଏଚ୍‌ ଏସ୍‌ ପ୍ରଣୟ ଦ୍ୱିତୀୟ ପର୍ଯ୍ୟାୟ ବାଧା ପାରି କରିପାରି ନାହାନ୍ତି। ମହିଳା ଏକକରେ ସାଇନା କଡ଼ା ସଂଘର୍ଷ କରି ୨୧-୧୮, ୧୯-୨୧, ୧୦-୨୧ରେ ଅଷ୍ଟମ ମାନ୍ୟତା ଚୀନ୍‌ର ଚେନ୍‌ ୟୁ ପେଇଙ୍କଠୁ ପରାଜୟ ବରଣ କରିଥିଲେ। ପୁରୁଷ ଏକକରେ ପ୍ରଣୟ ୨୧-୧୧, ୧୦-୨୧, ୧୫-୨୧ରେ ଜାପାନ୍‌ର କାଜୁମସା ସାକାଇଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର