ନୂଆଦିଲ୍ଲୀ : ଭାରତୀୟ ବ୍ୟଡ୍ମିଣ୍ଟନ ଲଳନା ସାଇନା ନେହୱାଲ୍ ଏବଂ ପୁରୁଷ ତାରକା ସମୀର ବର୍ମା, ବି ସାଇ ପ୍ରଣୀତ ବୁଧବାରଠୁ ଆରମ୍ଭ ହୋଇଥିବା ହଂକଂ ଓପନ୍ର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ସାଇନାଙ୍କୁ ୧୩-୨୧, ୨୦-୨୨ ଚୀନର କାଇ ୟାନ୍ୟାନ୍, ସମୀରଙ୍କୁ ୧୧-୨୧, ୨୧-୧୩, ୮-୨୧ ତାଇଵାନ୍ର ଜୁ ଵି ଵାଙ୍ଗ୍ ଏବଂ ପ୍ରଣୀତଙ୍କୁ ୨୧-୧୧, ୧୮-୨୧, ୧୨-୨୧ରେ ଚୀନ୍ର ସି ୟୁ କି ହରାଇ ଦେଇଥିଲେ। ସେହିଭଳି ଭାରତୀୟ ମହିଳା ଯୁଗଳ ଯୋଡ଼ି ଅଶ୍ବିନୀ ପୋନ୍ନାପ୍ପା ଓ ଏନ୍ ସିକ୍କି ରେଡ୍ଡୀ ୧୩-୨୧, ୧୨-୨୧ରେ ଡେନମାର୍କର ମାଇକେନ୍ ଫ୍ରୁଏଗାର୍ଡ ଓ ସାରା ଥାଇଗେସେନଙ୍କଠୁ ପରାଜିତ ହୋଇ ବିଦାୟ ନେଇଥିଲେ। ଅନ୍ୟପକ୍ଷରେ ମହିଳା ଏକକରେ ପିଭି ସିନ୍ଧୁ ଏବଂ ପୁରୁଷ ଏକକରେ ଏଚଏସ୍ ପ୍ରଣୟ, ପରୁପଲ୍ଲୀ କାଶ୍ୟପ ଓ ସୌରଭ ବର୍ମା ନିଜ ନିଜ ମ୍ୟାଚ୍ ଜିତି ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି।