ହଂକଂ ଓପନ୍‌ ସେମିରେ ସିନ୍ଧୁ

ନୂଆଦିଲ୍ଲୀ: ଏକ ମାତ୍ର ଭାରତୀୟ ଖେଳାଳି ଭାବେ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ଚଳିତ ହଂ କଂ ଓପନ୍‌ ସୁପର୍‌ ସିରିଜ୍‌ ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି। ପୂର୍ବରୁ ସବୁଭାରତୀୟ ଖେଳାଳି ହାରି ବିଦାୟ ନେଇଥିଲା ବେଳେ ଶୁକ୍ରବାର ଦ୍ୱିତୀୟ ମାନ୍ୟତା ସିନ୍ଧୁ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ସେ ୨୧-୧୨, ୨୧-୧୯ରେ ପଞ୍ଚମ ମାନ୍ୟତା ଜାପାନ୍‌ର ଅକାନେ ୟାମାଗୁଚିଙ୍କୁ ହରାଇ ଟ୍ରଫି ଦୌଡ଼ରେ ଆଉ ଏକ ପାଦ ଆଗେଇଛନ୍ତି। ଏଥି ସହିତ ସିନ୍ଧୁ ମଧ୍ୟ ୟାମାଗୁଚିଙ୍କଠୁ ଗତମାସରେ ଫ୍ରେଞ୍ଚ୍‌ ଓପନ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଫ୍ରେଞ୍ଚ୍‌ ଓପନ୍‌ରେ ୟାମାଗୁଚି ୨୧-୧୪ ଓ ୨୧-୯ରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର