ଦୁବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କିଂବଦନ୍ତି ଖେଳାଳି ବିରାଟ କୋହଲିଙ୍କୁ ବୁଧବାରର ଏସିଆ କପ୍ ମ୍ୟାଚ୍ ପରେ ଏକ ଜର୍ସି ଉପହାର ଦେଇଛି ହଂକଂ ଦଳ। ‘ଧନ୍ୟବାଦ ବିରାଟ, ପରବର୍ତୀ ପିଢ଼ିଙ୍କୁ ପ୍ରେରିତ କରିଥିବାରୁ ଧନ୍ୟବାଦ। ହଂକଂ ଦଳ ନିଜ ଶକ୍ତି, ସାମର୍ଥ୍ୟ ଓ ଭଲ ପାଇବା ସହ ଆପଣଙ୍କ ସାଥୀରେ ରହିଛି’ ବୋଲି ହଂକଂ ଖେଳାଳିମାନେ ଏକ ହାତ ଲେଖା ବାର୍ତା ଥିବା ଜର୍ସି ପ୍ରଦାନ କରିଥିଲେ। ଏହି ଉପହାର ଅତ୍ୟନ୍ତ ମଧୁର ବୋଲି ମଧ୍ୟ କୋହଲି ତାଙ୍କ ପ୍ରତ୍ୟୁତ୍ତରରେ ଲେଖିଛନ୍ତି।
/sambad/media/post_attachments/wp-content/uploads/2022/09/6s5fh4f65sh4fh654fh56fhs.jpg)
ଭାରତ-ହଂକଂ ମ୍ୟାଚ୍ ପରେ ଆଉ ଏକ ମଜାଦାର ଦୃଶ୍ୟ ମଧ୍ୟ ଏବେ ଭାଇରାଲ୍ ହୋଇଛି। ହଂକଂ ବ୍ୟାଟର୍ କିଂଚିତ ସାହା ମ୍ୟାଚ୍ ପରେ ଷ୍ଟାଡିୟମ୍ ଗ୍ୟାଲେରିରେ ଥିବା ନିଜ ପ୍ରେମିକାଙ୍କ ପାଖକୁ ଯାଇ ବିବାହ ପ୍ରସ୍ତାବ ଦେଇଥିଲେ। ଆଣ୍ଠୁ ମାଡି ହସ୍ତମୁଦି ନେବାକୁ ନିବେଦନ କରିବା ପରେ ତାଙ୍କ ପ୍ରେମୀକା ହତଚକିତ ହୋଇଯାଇଥିଲେ। କିଛି କ୍ଷଣ ପରେ ସେ ଏହାକୁ ଗ୍ରହଣ କରିବା ସହ ପରସ୍ପରକୁ ଆଲିଙ୍ଗନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/56f4h65fh4sf6h54sf65hsfh.jpg)