ହଂକଂ ଓପନ୍‌: ଦ୍ବିତୀୟ ରାଉଣ୍ଡ୍‌ରେ କାଶ୍ୟପ

କୋଲୁନ୍‌ (ହଂକଂ): ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ପରୁପଲ୍ଲୀ କାଶ୍ୟପ ହଂକଂ ଓପନ୍‌ ପ୍ରତିଯୋଗିତାରେ ଦମ୍‌ଦାର ଆରମ୍ଭ କରିଛନ୍ତି। ମଙ୍ଗଳବାର ସେ ପ୍ରଥମ ରାଉଣ୍ଡ୍‌ରେ ଚାଇନିଜ୍‌ ତାଇପେର ସୁ ଜେନ୍‌ ହାଓଙ୍କୁ ୨୧-୭, ୧୨-୨୧ ଓ ୨୧-୧୮ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଛନ୍ତି। ଦ୍ବିତୀୟ ରାଉଣ୍ଡରେ କାଶ୍ୟପଙ୍କ ମୁକାବିଲା ସପ୍ତମ ମାନ୍ୟତା ଇଣ୍ଡୋ‌ନେସିଆର ଆନ୍ଥୋନି ସିନିସୁକାଙ୍କ ସହ ହେବ। ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ସାତ୍ତ୍ବିକ୍‌ ସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ବିନୀ ପୋନାପ୍ପା ମଧ୍ୟ ପ୍ରଥମ ରାଉଣ୍ଡ୍‌ ଅତିକ୍ରମ କରିଛନ୍ତି। ଏହି ଯୋଡ଼ି ୨୧-୧୬, ୧୯-୨୧ ଓ ୨୧-୧୪ରେ ଚାଇନିଜ୍‌ ତାଇପେ ଯୋଡ଼ି ୱାଙ୍ଗ୍‌ ଚି-ଲିନ୍‌ ଓ ଲି ଚିଆ ସିନ୍‌ଙ୍କୁ ପରାସ୍ତ କରି ‌ଦେଇଛନ୍ତି। ପରବର୍ତୀ ରାଉଣ୍ଡ୍‌ରେ ସାତ୍ତ୍ବିକ୍‌-ଅଶ୍ବିନୀଙ୍କ ମୁକାବିଲା ଅନ୍ୟତମ ଚାଇନିଜ୍‌ ତାଇପେ ଯୋଡ଼ି ଲି ୟାଙ୍ଗ୍‌ ଓ ସୁ ୟା ଚିଙ୍ଗ୍‌ଙ୍କ ସହ ହେବ।

ସମ୍ବନ୍ଧିତ ଖବର