ବାଂଲାଦେଶ ପାଖରେ ସାହସ ଅଛି

- ହର୍ଷ ଭୋଗଲେ-

ବିଗତ କିଛି ବର୍ଷ ହେବ ମୁଁ ବ˚ଲାଦେଶର ଖେଳ ଦେଖିଛି। ବିଶ୍ବବିଜେତା ହେବା ସେମାନଙ୍କ ପାଇଁ କଷ୍ଟକର ହେଉଥିବାରୁ ସେମାନେ ପ୍ରତିଯୋଗିତାର ଶେଷରେ ରହିବା ଅପେକ୍ଷା ଯନ୍ତ୍ରଣା ପାଇବାରେ ସନ୍ତୁଷ୍ଟ ରହୁଥିଲେ। ଏଥିପାଇଁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ପଶ୍ଚାତଧାବନ ଅଧିକ ପ୍ରଭାବଶାଳୀ ଥିଲା। ସେମାନଙ୍କ ଖେଳରେ ନିୟନ୍ତ୍ରଣ ଥିଲା। ସମୟ ଅନୁସାରେ ସେମାନେ ମ୍ୟାଚ୍‌ରେ ଆଧିପତ୍ୟ କାଏମ ରଖୁଥିଲେ। ଏପରିକି ସର୍ଟ ପିଚ୍‌ ବଲ୍‌କୁ ଖେଳିବାରେ କୌଣସି ସମସ୍ୟା ହେଉନଥିବା ସେମାନେ ଦର୍ଶାଇଥିଲେ। ସକିବ ସବୁବେଳେ ଜଣେ ବିଶ୍ବସ୍ତରୀୟ ଖେଳାଳି, କିନ୍ତୁ ଲିଟନ ଦାସ ତାଙ୍କର ଆକର୍ଷଣୀୟ ପାଳିରେ ତାଙ୍କ ଶକ୍ତିର ପ୍ରଦର୍ଶନ ଦେଇପାରିଛନ୍ତି। ବାସ୍ତବରେ ସେମାନଙ୍କ ଭିତରେ ଏକ ଔଦ୍ଧତପଣିଆ ରହିଥିଲା। କିନ୍ତୁ ଏଭଳି ଏକ ଶବ୍ଦକୁ ସେମାନଙ୍କ ବିରୋଧରେ ବ୍ୟବହାର କରିବାକୁ ମୁଁ ଉଚିତ୍‌ ମଣୁନାହିଁ। ଏହାଦ୍ବାରା ତାଙ୍କର କୌଣସି କ୍ଷତି ହୋଇନାହିଁ ବର˚ ୱେଷ୍ଟଇଣ୍ଡିଜ୍‌ ରୂପରେ ଏକ ଭଲ ବିପକ୍ଷ ଦଳ ପାଇପାରିଛନ୍ତି। ବ୍ୟାଟ୍ସମ୍ୟାନଙ୍କ ଦୃଷ୍ଟିକୋଣକୁ ଚାଲେଞ୍ଜ ଦେବା ଭଳି ବୋଲରଙ୍କ ପାଖରେ କିଛି ନଥିବାରୁ ସେମାନେ ବ୍ୟାକଫୁଟ୍‌ରେ ଭଲ ଖେଳିପାରୁଥିଲେ। ତେବେ ସେମାନେ ଯେତେ ବେଳେ ଅଷ୍ଟ୍ରେଲିଆକୁ ସାମ୍ନା କରିବାକୁ ଯାଉଛନ୍ତି ଏହା ଦେଖିବାକୁ ମିଳବ ନାହିଁ। କାରଣ ଅଷ୍ଟ୍ରେଲୀୟ ବୋଲରମାନେ ବହୁତ ଭଲ ଓ ମାର୍ଜିତ ବୋଲି˚ କରିଆସୁଛନ୍ତି।
ଷ୍ଟାର୍କ ଓ କମିନ୍ସଙ୍କ ପ୍ରଥମ ସ୍ପେଲ୍‌ ବୋଲି˚ ପରେ ଅଷ୍ଟ୍ରେଲିଆ ମଧ୍ୟ ସେହି ଲୟ ବଜାୟ ରଖିବାକୁ ସ˚ଘର୍ଷ କରୁଛି। ଷ୍ଟୋଇନିସ୍‌ ଆହତ ହେବା ପରେ ତାଙ୍କ ବଦଳରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ବଦଳ ଖେଳାଳି ଭାବେ ଆଣିବାକୁ ଯାଉଛନ୍ତି। ଏଥିସହିତ ମ୍ୟାକ୍ସେଵଲଙ୍କ ଦ୍ବାରା ୧୦ ଓଭର୍ ବାହାର କରାଯିବା ପାଇଁ ସେମାନେ ଚିନ୍ତା କରୁଛନ୍ତି, ଯାହାକି ଏକ ପରିଣାମୀସ୍ବରୂପ ବିକଳ୍ପ। ବିରୋଧୀ ଦଳମାନେ ଏହି ସମୟକୁ ଲକ୍ଷ୍ୟ ରଖିପାରନ୍ତି। ଅନ୍ୟପକ୍ଷରେ ବା˚ଲାଦେଶର ବୋଲି˚ ଏତେ ଶକ୍ତିଶାଳୀ ନଥିବାରୁ, ଅଷ୍ଟ୍ରେଲୀୟ ଖେଳାଳିମାନେ ଏଥିରୁ ଫାଇଦା ଉଠାଇବାକୁ ଚେଷ୍ଟା କରିବେ। ଯଦି ଟନ୍‌ଟନ୍‌ ଭଳି ବଲ୍‌ ସାମାନ୍ୟ ଗ୍ରିପ୍‌ କରେ, ତାହେଲେ ମୁସ୍ତାଫିଜୁର ଓ ଅନ୍ୟ ସ୍ପିନରମାନଙ୍କୁ ଏହା ସହାୟକ ହେବ। କିନ୍ତୁ ନଟି˚ହାମରେ ସେଭଳି ହେବା ସମ୍ଭାବନା ନାହିଁ। ଏଠାରେ ବର୍ଷା ହେବା ସମ୍ଭାବନା ନଥିବାରୁ ଅଧିକ ରନ୍‌ ସ˚ଗ୍ରହ ହୋଇପାରେ। ଅଷ୍ଟ୍ରେଲିଆ ପାଖରେ ବା˚ଲାଦେଶକୁ ହରାଇବା ପାଇଁ ଏକାଧିକ ଅସ୍ତ୍ର ରହିଛି। କିନ୍ତୁ ବା˚ଲାଦେଶକୁ କମ୍‌ ବୋଲି ମଣିହେବ ନାହିଁ। ଏହି ଦଳ ପାଖରେ ସାହସ ରହିଛି। ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌କୁ ହରାଇବାରେ ଦଳକୁ କୌଣସି ଅସୁବିଧା ହୋଇନଥିଲା। ଯାହାକି ଅଷ୍ଟ୍ରେଲିଆ କ୍ଷେତ୍ରରେ ମଧ୍ୟ କୌଣସି ଅସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର