ପୋର୍ଟ ଅଫ୍ ସ୍ପେନ୍: ଶତକୀୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ଶତକ ହାସଲ କରି ବିରଳ କ୍ଲବ୍ରେ ସାମିଲ ହୋଇଛନ୍ତି ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବ୍ୟାଟର୍ ସାଇ ହୋପ୍ (୧୧୫ ରନ୍, ୧୩୫ ବଲ୍, ୮ ଚୌକା, ୩ ଛକା)। ତୃତୀୟ ୱେଷ୍ଟଇଣ୍ଡିଜ୍ ଖେଳାଳି ତଥା ବିଶ୍ବର ଦଶମ ବ୍ୟାଟର୍ ଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି। ଏଥିସହିତ ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ୩୧୧ ରନ୍ ସ୍କୋର୍ କରି ଆହ୍ବାନ ଦେଇଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କାଇଲ୍ ମାୟର୍ସ, ସାମ୍ରା ବ୍ରୁକ୍ସଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ଘରୋଇ ଦଳ ପ୍ରଥମରୁ ଓଭର ପିଛା ୬ ରନ୍ରୁ ଊର୍ଧ୍ବ ହାରରେ ରନ୍ ସଂଗ୍ରହ କରିଥିଲା।
ଦୀପକ ହୁଦା ପ୍ରଥମ ବଲ୍ରେ ୱିକେଟ୍ ନେଇ ପ୍ରାରମ୍ଭିକ ଯୋଡ଼ିକୁ ଭାଙ୍ଗିବା ପରେ ଚତୁର୍ଥ ବୋଲିଂ ପରିବର୍ତନରେ ଆସିଥିବା ଅକ୍ଷର ପଟେଲ୍ ମଧ୍ୟ ପ୍ରଥମରୁ ସଫଳତା ପାଇଥିଲେ। ମଧ୍ୟକ୍ରମରେ ୱେଷ୍ଟଇଣ୍ଡିଜ୍ ଏହାର ରନ୍ଗତିକୁ ବଜାୟ ରଖିପାରିନଥିଲେ ମଧ୍ୟ ସାଇ ହୋପ୍ ଏବଂ ଅଧିନାୟକ ନିକୋଲାସ ପୂରନ (୭୪ ରନ୍, ୭୭ ବଲ୍, ୧ ଚୌକା, ୬ ଛକା)ଙ୍କ ଚତୁର୍ଥ ୱିକେଟ୍ ପାଇଁ ୧୧୭ ରନ୍ ଯୋଡ଼ିଥିଲେ। ଚୌକା ମାରିବାର ପରବର୍ତ୍ତୀ ବଲ୍ରେ ପୂରନଙ୍କୁ ବୋଲ୍ଡ କରି ଶାର୍ଦୁଳ ଠାକୁର ପ୍ରତିଶୋଧ ନେଇଥିଲେ। ଶାର୍ଦୁଳ ସଫଳ ବୋଲର ଭାବେ ୩ ୱିକେଟ୍ ନେଇଥିଲେ ମଧ୍ୟ ପ୍ରଥମ ପଦାର୍ପଣରେ ଅଭେସ୍ ଖାନ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ୬ ଓଭରରେ ୫୪ ରନ୍ ଦେଇ ୱିକେଟ୍ଶୂନ୍ୟ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/s5f4h654shf65fh465fhfhfh.jpg)