ଆଶା କରୁଛି ଭାରତୀୟ ଟିମ୍‌ ଆଡିଲେଡରେ ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ: ଓ୍ଵାର୍ଣ୍ଣ

ମେଲବର୍ଣ୍ଣ: ଭାରତୀୟ ଟିମ୍‌ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବା-ରାତ୍ର ଟେଷ୍ଟରେ ବ୍ୟସ୍ତ ଥିବା ବେଳେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସେନ୍‌ ଓ୍ଵାର୍ଣ୍ଣ ଆଉ ଏକ ଦିବା-ରାତ୍ର ଟେଷ୍ଟ ପାଇଁ ଆଶାବାଦୀ ଅଛନ୍ତି। ବିରାଟ କୋହଲିଙ୍କ ଟିମ୍‌ ଦିବା-ରାତ୍ର ଫର୍ମାଟରେ ଅଷ୍ଟ୍ରେଲିଆରେ ଦିବା-ରାତ୍ର ମ୍ୟାଚ୍‌ ଖେଳିବ ବୋଲି ଓ୍ଵାର୍ଣ୍ଣ ଆଶା ରଖିଛନ୍ତି। ଭାରତ ଓ ବାଂଲାଦେଶ ମଧ୍ୟରେ ଶୁକ୍ରବାର ଠାରୁ ଦ୍ୱିତୀୟ ଟେଷ୍ଟ ଦିବା-ରାତ୍ର ଆରମ୍ଭ ହୋଇଛି। ଉଭୟ ଟିମ୍‌ ଗୋଲାପି ବଲ୍‌ରେ ଟେଷ୍ଟ ମ୍ୟାଚ୍‌ ଖେଳୁଛନ୍ତି।

ସେନ ଓ୍ଵାର୍ଣ୍ଣ ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ)ର ସଭାପତି ସୌରଭ ଗାଙ୍ଗୁଲି ଓ ଅଧିନାୟକ ବିରାଟ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ମୋର ଆଶା ଯେ, ଆଡିଲେଡରେ ଭାରତୀୟ ଟିମ୍‌ ଦିବା-ରାତ୍ର ମ୍ୟାଚ୍‌ ଖେଳିବ। ଏହା ଭଲ ହେବ।

ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭାନ୍‌ କହିଛନ୍ତି, ବାଃ ସୌରଭ। ଆଶା କରୁଛି ଯେ, ଟିମ୍‌ ଆସନ୍ତା ଥର ଅଷ୍ଟ୍ରେଲିଆରେ ଦିବା-ରାତ୍ର ମ୍ୟାଚ ଖେଳିବ। ଭାରତୀୟ ୨୦୨୦ ନଭେମ୍ବରରୁ ଅଷ୍ଟ୍ରେଲିଆ ଗସ୍ତ କରିବ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ଟି ଟେଷ୍ଟ ମ୍ୟାଚ ଖେଳିବ।

ସମ୍ବନ୍ଧିତ ଖବର