‌ହୋ‌ସେନ୍‌ଙ୍କୁ ମସ୍ତିଷ୍କ ଟ୍ୟୁମର୍‌

ଢ଼ାକା, ୧୧ା୩: ବାଂଲାଦେଶ କ୍ରିକେଟର୍ ମୋସାରଫ ହୋସେନଙ୍କୁ ମସ୍ତିଷ୍କ ଟ୍ୟୁମର ହୋଇଥିବା ଚିହ୍ନଟ କରାଯାଇଛି। ଟ୍ୟୁମର ହଟାଇବାକୁ ହୋସେନ୍ ଏବେ ସିଙ୍ଗାପୁର ଯିବା ଲାଗି ଭିସା ଔପଚାରିକତା ପ୍ରସ୍ତୁ୍ତିରେ ଲାଗିଛନ୍ତି। ଦୁଇ ଦିନ ତଳେ ଢ଼ାକା ହସପିଟାଲରେ ଡାକ୍ତରମାନେ ଟ୍ୟୁମର ଚିହ୍ନଟ କରିଥିଲେ ଏବଂ ଆସ୍ତ୍ରୋପଚାରର ଆବଶ୍ୟକତା ଥିବା ପରାମର୍ଶ ଦେଇଥିଲେ। ମୋତେ ବିଦେଶରେ ଅସ୍ତ୍ରୋପଚାରର କରାଇବାର ଅଛି ବୋଲି ‌ହୋସେନ୍ କହିଛନ୍ତି। ଟ୍ୟୁମର ପ୍ରାରମ୍ଭିକ ଅବସ୍ଥାରେ ଥିବାରୁ ମୁଁ ଆଶ୍ବସ୍ତ ଅଛି। କିନ୍ତୁ ମୋ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି, କିନ୍ତୁ ଏବେ ଅବସ୍ଥା ଭଲ ରହିଛି ବୋଲି ହୋସେନ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର