ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହଙ୍କୁ ଉତ୍ତର ପ୍ରଦେଶ ସରକାର ଶିକ୍ଷା ବିଭାଗରେ ମୌଳିକ ଶିକ୍ଷା ଅଧିକାରୀ ଭାବରେ ନିଯୁକ୍ତି ଦେଇଛନ୍ତି। ରିଙ୍କୁଙ୍କ ବ୍ୟତୀତ ୬ଜଣ ଅନ୍ୟ ଖେଳାଳିଙ୍କୁ ଭିନ୍ନଭିନ୍ନ ବିଭାଗରେ ସରକାରୀ ଚାକିରି ମିଳିଛି। ଏହି ଖେଳାଳିମାକନଙ୍କ ମଧ୍ୟରେ ପ୍ରବୀଣ କୁମାର, ରାଜକୁମାର, ଅଜିତ ସିଂହ, ସିମରନ, ପ୍ରୀତିପାଲ ଓ କିରନ ବଲିୟାନ ସାମିଲ ଅଛନ୍ତି।
ରିଙ୍କୁ ସିଂହଙ୍କ ପୂର୍ବରୁ ହରଭଜନ ସିଂହ, ମହମ୍ମଦ ସିରାଜ, କେଏଲ ରାହୁଲ, ଇଶାନ କିଷାନ, ଉମେଶ ଯାଦବ ମଧ୍ୟ ସରକାରୀ ଚାକିରି ପାଇଛନ୍ତି।
କିଛି ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ ସରକାରୀ ଚାକିରି ପାଇଥିବା ଅନେକ କ୍ରିକେଟରମାନେ ମାସ ମାସ ଧରି ଚାଲୁଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ମଧ୍ୟ ଅଂଶଗ୍ରହଣ କରନ୍ତି। ଏପରି ପରିସ୍ଥିତିରେ ଏହି କ୍ରିକେଟରମାନଙ୍କୁ କ୍ରିକେଟ ଖେଳିବା ପାଇଁ ସରକାରୀ ଚାକିରିରୁ କିପରି ଏତେଦିନ ଛୁଟି ମିଳିଥାଏ।
ସୂଚନାଯୋଗ୍ୟ, ଜଣେ ସାଧାରଣ ସରକାରୀ କର୍ମଚାରୀଙ୍କୁ ଅର୍ଜିତ ଛୁଟି, ଅସୁସ୍ଥତା ଛୁଟି, ଆକସ୍ମିକ ଛୁଟି, ମାତୃତ୍ୱ/ପିତୃତ୍ୱ ଛୁଟି ମିଳିଥାଏ। ଏହା ବ୍ୟତୀତ ସେମାନଙ୍କୁ ଛୁଟି ନେବା ପାଇଁ ସ୍ୱତନ୍ତ୍ର ଅନୁମତି ଆବଶ୍ୟକ ରହିଥାଏ। ଯାହା ବିଶେଷ ପରିସ୍ଥିତିରେ ସମ୍ପୃକ୍ତ ବିଭାଗ ଦ୍ୱାରା ଦିଆଯାଇଥାଏ।
ଆପଣମାୟନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ସରକାରୀ କର୍ମଚାରୀଙ୍କ ପରି ଖେଳାଳିମାନଙ୍କୁ କ୍ରୀଡା ଇଭେଣ୍ଟ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ସ୍ପେଶାଲ କାଜୁଆଲ ଲିଭ ଦିଆଯାଏ। ଯାହାକି ସର୍ବାଧିକ ୩୦ ଦିନର ଥାଏ। ଏହା ବ୍ୟତୀତ, ସେମାନଙ୍କୁ ସ୍ୱତନ୍ତ୍ର ଡ୍ୟୁଟି ଛୁଟି ମଧ୍ୟ ଦିଆଯାଏ। ଏହି ସମୟ ମଧ୍ୟରେ ଖେଳାଳିଙ୍କ ଦରମା କଟାଯାଏ ନାହିଁ ଏବଂ ସେମାନଙ୍କୁ ପୂର୍ଣ୍ଣ ଦରମା ମିଳିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/27/636bf4bb-09c6-42d6-adf0-b6dbad334946-2025-06-27-16-27-42.jpg)