ପ୍ଲେ ଅଫ୍ ପାଇଁ କାହା ସୁଯୋଗ କେତେ?

ଦୁବାଇ: ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିଛି। ଫଳରେ ଶେଷ ଚାରିଟି ଦଳ ମଧ୍ୟରେ ସ୍ଥାନ ପାଇବାରେ ଅନ୍ୟ ସାତଟି ଯାକ ଦଳର ସୁଯୋଗ ରହିଛି। ଏହି ଦଳଗୁଡ଼ିକ ପାଇଁ ପ୍ଲେ ଅଫ୍ ପ୍ରବେଶକୁ ନେଇ ୧୩ ପଏଣ୍ଟ ବିଶିଷ୍ଟ ସଂଖ୍ୟା ଖେଳ (ରବିବାର ସୁଦ୍ଧା) ହେଉଛି ଏମିତି…

୧- ଚଳିତ ଋତୁରେ କୌଣସି ଦଳ ଲିଗ୍ ପର୍ଯ୍ୟାୟରେ ସର୍ବାଧିକ ୨୦ ପଏଣ୍ଟ ଅର୍ଜନ କରି ପାରିବ।

୨- କେବଳ ମୁମ୍ବାଇ ଇଣ୍ଡିଆନ୍ସ,, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏହି ଅଙ୍କରେ ପହଞ୍ଚି ପାରିବେ।

୩- ଯଦି ଏହି ତିନି ଦଳ ମଧ୍ୟରୁ ଗୋଟିଏ ଦଳ ୨୦ ପଏଣ୍ଟ ଅର୍ଜନ କରେ, ତାହାଲେ ଅନ୍ୟ ଦୁଇ ଦଳ ଏହି ପଏଣ୍ଟରେ ପହଞ୍ଚି ପାରିବେନି।

୪- ଆଉ ମାତ୍ର ୧୧ ମ୍ୟାଚ୍ ବାକିଥିବାରୁ ମ୍ୟାଚ୍ ଫଳାଫଳର ୨୦୪୮ ସମନ୍ବିତ ସ୍ଥିତି ମିଳିପାରିବ (ବାତିଲ ମ୍ୟାଚ୍‌କୁ ହିସାବକୁ ନ ନେଇ)

୫- ସେଥିମଧ୍ୟରୁ ୫୧୨ ସ୍ଥିତିରେ ଚେନ୍ନାଇ ସୁପରକିଙ୍ଗ୍ସ ୧୨ ପଏଣ୍ଟ ପାଇବ। ତେବେ ଅନ୍ୟୁନ ଚାରିଟି ଦଳ ୧୪ ପଏଣ୍ଟ ପାଇବାର ସମ୍ଭାବନା ଥିବାରୁ ସେମାନେ ପ୍ଲେ ଅଫ୍ ଯିବାର କୌଣସି ସମ୍ଭାବନା ନାହିଁ।

୬- ଏଣୁ ଚେନ୍ନାଇ ପ୍ଲେ ଅଫ୍ ଦୌଡ଼ରୁ ପୂରା ବାଦ୍ ପଡ଼ି ସାରିଛି।

୭- ରାଜସ୍ଥାନ ରୟାଲ୍ସ ଟିକିଏ ଭଲ ସ୍ଥିତିରେ ରହିଛି। ତେବେ ବଳକା ଦୁଇ ମ୍ୟାଚ୍‌ରୁ ଯଦି ଗୋଟିକରେ ସେମାନେ ପରାଜିତ ହୁଅନ୍ତି, ତାହାଲେ ପ୍ଲେ ଅଫ୍ ଯାଇ ପାରିବେ ନାହିଁ। ଯଦି ସେମାନେ ଦୁଇଟି ଯାକ ମ୍ୟାଚ୍ ଜିତନ୍ତି, ତାହାଲେ ଚତୁର୍ଥ ସ୍ଥାନ ପାଇଁ ଅନ୍ୟ କିଛି ଦଳ ସହ ସମାନ ପଏଣ୍ଟ ପାଇବାର୯ ପ୍ରତିଶତ ସମ୍ଭାବନା ରହିଛି।

୮- ସନରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫ୍କୁ ଯିବାର ମଧ୍ୟ କ୍ଷୀଣ ସମ୍ଭାବନା ରହିଛି। ସେମାନେ ଯଦି ନିଜ ଶେଷ ୩ ମ୍ୟାଚ୍ ଜିତନ୍ତି, ସେମାନେ ଏହା କରି ପାରିବେ। ଯଦି ସନ୍‌ରାଇଜର୍ସ ଶେଷ ତିନିଟି ମ୍ୟାଚ୍ ଜିତେ ତାହାଲେ ଚତୁର୍ଥ ସ୍ଥାନ ପାଇଁ ସେମାନେ ଅନ୍ୟ କିଛି ଦଳ ସହ ସମାନ ପଏଣ୍ଟ ପାଇବାର ୧୦ ପ୍ରତିଶତ ଆଶା ଅଛି।

୯-ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ପ୍ଲେ ଅଫ୍ ଖେଳିବାର ୯୫ ପ୍ରତିଶତ ସମ୍ଭାବନା ରହିଛି।

୧୦- ଏହି ତିନି ଦଳ ପ୍ଲେ ଅଫ୍ ଖେଳି ନପାରିବାର ମାତ୍ର ୦.୪ ପ୍ରତିଶତ ସମ୍ଭାବନା ଅଛି। ଏମାନଙ୍କ ମଧ୍ୟରୁ କୌଣସି ଦଳ ଚତୁର୍ଥ ସ୍ଥାନ ପାଇଁ ଅନ୍ୟ କିଛି ଦଳ ସହ ସମାନ ପଏଣ୍ଟ ପାଇବାର ସମ୍ଭବାନା କେବଳ ୪.୭ ପ୍ରତିଶତ।

୧୧- ଏଣୁ କୋଲକାତା ନାଇଟ୍ ରାଇଡର୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ଚତୁର୍ଥ ସ୍ଥାନ ପାଇଁ ଦାବିଦାର ହେବେ।

୧୨-କୋଲକାତା ନାଇଟ୍ ରାଇଡର୍ସ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିବାର ମାତ୍ର ୦.୪ ପ୍ରତିଶତ ସମ୍ଭାବନା ଅଛି। ଏହି ଦଳ ସର୍ବାଧିକ ୧୮ ପଏଣ୍ଟ ହାସଲ କରି ପାରିବ। କୋଲକାତା ଯୁଗ୍ମ ପ୍ରଥମ ସ୍ଥାନରେ ରହିବାର ୬ ପ୍ରତିଶତ ସମ୍ଭାବନା ରହିଛି।

୧୩- କିଙ୍ଗ୍ସ ଏକାଦଶ ପଞ୍ଜାବ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିବାର କୌଣସି ସମ୍ଭାବନା ନାହିଁ। ହେଲେ ଏହି ଦଳ ଯୁଗ୍ମ ପ୍ରଥମ ସ୍ଥାନରେ ରହିବାର ୦.୪ ପ୍ରତିଶତ ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର