ହୃଦାନନ୍ଦ ସ୍ମାରକୀ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ବିଜୟୀ

ଭଦ୍ରକ: ଭଦ୍ରକରେ ଚାଲିଥିବା ୨୦ତମ ସର୍ବଭାରତୀୟ ହୃଦାନନ୍ଦ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ କଟକର ୟୁନିୟନ୍‌ ସ୍ପୋର୍ଟିଂ ବିଜୟ ହାସ କରିଛି। ଏହି ଦଳ ଉତ୍ତରପ୍ରଦେଶ ବନାରସ୍‌ର ଅଂଶୁମାନ ଏକାଡେମିକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଲକ୍କି ହୁଆଙ୍କ ଓ ପଙ୍କଜ ଯାଦବଙ୍କ ୪୨ ରନ୍‌ ଲେଖାଏଁ ବଳରେ ଉତ୍ତର ପ୍ରଦେଶ ଦଳ ୧୯.୫ ଓଭରରେ ୧୩୬ ରନ କରି ସମସ୍ତ ୱିକେଟ୍‌ ହରାଇଥିଲା। ୟୁନିୟନ ସ୍ପୋର୍ଟିଂ ପକ୍ଷରୁ ସର୍ବେଶ୍ୱର ମହାନ୍ତି ଓ ନିରଞ୍ଜନ ବେହେରା ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ୟୁନିୟନ ସ୍ପୋର୍ଟିଂ ୧୭.୩ ଓଭରରେ ୪ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ତପେନ୍ଦ୍ର ସିଂହ ୫୭ ଓ ଲୀଳାଧର ପ୍ରଧାନ ୨୬ ରନ୍‌ କରିଥିଲେ। ତପେନ୍ଦ୍ରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର