ନୂଆଦିଲ୍ଲୀ: ସୋମବାର ରାଜସ୍ଥାନ ଏବଂ ଗୁଜରାଟ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ୨୦୨୫ମ୍ୟାଚ୍ରେ, ୧୪ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ କମାଲ୍ ଦେଖିବାକୁ ମିଳିଥିଲା। ବୈଭବ ୩୫ ବଲ୍ରେ ଶତକ ହାସଲ କରିଥିଲେ। ତାଙ୍କ ଇନିଂସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କର ଏଭଳି ପ୍ରଦର୍ଶନ ଦେଖି ଅନେକ କ୍ରିକେଟ କିମ୍ବଦନ୍ତୀ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। କିନ୍ତୁ ଏହି ସମୟରେ, ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲ, ବୈଭବଙ୍କୁ ନେଇ କିଛି ଏଭଳି କହିଛନ୍ତି ଯାହା ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଦେଜାଙ୍କୁ ପସନ୍ଦ ଆସିନାହିଁ।
ବୈଭବ ମାତ୍ର ୩୮ବଲ୍ରେ ୧୦୧ରନ୍ର ଇନିଂସ ଖେଳିଥିଲେ, ଯେଉଁଥିରେ ୧୧ ଛକା ଏବଂ ୭ଚୌକା ଅନ୍ତର୍ଭୁକ୍ତ ଥିଲା। ଏହି ପ୍ରଦର୍ଶନ ତାଙ୍କୁ ଆଇପିଏଲ ଇତିହାସରେ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସାମିଲ କରିଥିଲା। ମ୍ୟାଚ୍ ପରେ, ଯେତେବେଳେ ଗୁଜରାଟ ଟାଇଟାନ୍ସ ଅଧିନାୟକ ଶୁଭମନ ଗିଲଙ୍କୁ ବୈଭବଙ୍କ ଇନିଂସ ବିଷୟରେ ପଚରାଗଲା, ସେ ଏହାକୁ ସୂର୍ଯ୍ୟବଂଶୀଙ୍କ ଶୁଭ ଦିନ ଥିଲା ବୋଲି କହିଥିଲେ। ଗିଲ୍ କହିଥିଲେ, 'ସେ ଯେଉଁଭଳି ଭାବରେ ବ୍ୟାଟିଂ କରୁଥିଲେ, ତାହା ଅଦ୍ଭୁତ ଥିଲା। ସେ ତାଙ୍କ ଶୁଭ ଦିନର ପୂରା ଫାଇଦା ଉଠାଇଥିଲେ।'
ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଦେଜା, ଗିଲଙ୍କ ଏହି ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, "ସୂର୍ଯ୍ୟବଂଶୀଙ୍କ ଇନିଂସକୁ "ଶୁଭ ଦିନ" କହିବା ତାଙ୍କ ପ୍ରତିଭାର ଅପମାନ। ଆମକୁ ଏପରି ଖେଳାଳିଙ୍କୁ ସମ୍ମାନ କରିବା ଉଚିତ।"
ତେବେ ସୂର୍ଯ୍ୟବଂଶୀଙ୍କ ଏହି ଇନିଂସ କେବଳ ମ୍ୟାଚ୍ର ଗତି ବଦଳାଇ ନଥିଲା ବରଂ ତାଙ୍କୁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଆଲୋଚନାର ବିଷୟ ମଧ୍ୟ କରିଥିଲା। ତାଙ୍କ ବ୍ୟାଟିଂକୁ କ୍ରିକେଟ କିମ୍ବଦନ୍ତୀମାନେ ମଧ୍ୟ ପ୍ରଶଂସା କରିଛନ୍ତି। ସଚିନ ତେନ୍ଦୁଲକର, ଯୁବରାଜ ସିଂ ଏବଂ ରାହୁଲ ଦ୍ରାବିଡଙ୍କ ପରି କିମ୍ବଦନ୍ତୀ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/04/29/kMEFr2OWZAytvZ8VFkcK.jpg)