ଅତାବିରା: ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ‘ଗୋଲଡେନ୍ ବୟ’ ପ୍ରମୋଦ ଭଗତଙ୍କୁ ମଙ୍ଗଳବାର ନିଜ ମାଟି ବରଗଡ଼ ଜିଲ୍ଲା ଅତାବିରାରେ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ଗୋଡ଼ଭଗାରୁ ଅତାବିରାକୁ ଏକ ବିଶାଳ ବାଇକ ରାଲିରେ ପ୍ରମୋଦଙ୍କୁ ପାଛୋଟି ନେଇଥିଲେ ତାଙ୍କ ପ୍ରଶଂସକ, ଅତାବିରା ବ୍ଲକବାସୀ। ବାଜା ସାଂଗକୁ ଆତସବାଜି ଦଶହରାର ଭ୍ରମ ସୃଷ୍ଟି କରିଥିଲା। ପ୍ରମୋଦ ପ୍ରଥମେ ଦୁର୍ଗା ମନ୍ଦିରରେ ପୂଜା କରିଥିଲେ। ଏହି ସମୟରେ ଫୋର୍ ଲେନ୍ର ଦୁଇ ପାର୍ଶ୍ବ, ସର୍ଭିସ ରୋଡ୍ ଲୋକାରଣ୍ୟ ହୋଇଯାଇଥିଲା। ନିଜ ମାଟିର ପୁଅ ପ୍ରମୋଦଙ୍କ ଝଲକ ପାଇବା ପାଇଁ ସମସ୍ତଙ୍କ ମନରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ, ଆଜିଠୁ ଦଶହରା ମାସର କୃଷ୍ଣପକ୍ଷ ପିତୃପକ୍ଷ ଆରମ୍ଭ ହୋଇଛି। ପ୍ରମୋଦଙ୍କ ଭବ୍ୟ ଶୋଭଯାତ୍ରା ଦଶହରା ମାସର ଦୁର୍ଗାପୂଜା ବୋଲି ଅତାବିରାବାସୀ କହିଛନ୍ତି।
ଗାଁ ମାଟିରେ ପ୍ରମୋଦଙ୍କୁ ବିପୁଳ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2021/09/65sf4h987h4sf5h1313h132f321fhsfhsfshfhssfh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)