ଲାହୋର: ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ଯେତିକି କ୍ରିକେଟ୍ ପାଇଁ ସେତିକି ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚିତ। ଏହି ଭେଟେରାନ୍ ଅଲରାଉଣ୍ଡର୍ ତିନିଥର ବିବାହ କରିବା ତାଙ୍କ ଜୀବନକୁ ଅଧିକ ରଙ୍ଗିନ କରିଥାଏ। ୪୪ବର୍ଷୀୟ ସୋଏବ ଖୁବ୍ଶୀଘ୍ର ତୃତୀୟ ପତ୍ନୀ ତଥା ଅଭିନେତ୍ରୀ ସାନା ଜାଭେଦଙ୍କୁ ଛାଡ଼ପତ୍ର ଦେଇ ଅଭିନେତ୍ରୀ ବାଣୀଜା ସତାରଙ୍କୁ ଚତୁର୍ଥ ବିବାହ କରିବେ ବୋଲି ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।
ଏପରିକି ଏହି ବିବାହ ଗତମାସ ୨୭ ତାରିଖରେ ସଂପନ୍ନ ହୋଇ ସାରିଛି ବୋଲି ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଥିଲା। ଏବେ ସୋଏବ ଏହି ମାମଲାରେ ମୁହଁ ଖୋଲିଛନ୍ତି। ଏହାକୁ ସେ ନିଚ୍ଛକ ଗୁଜବ ଭାବେ ବର୍ଣ୍ଣନା କରିଛନ୍ତି। ସେହିଭଳି ତାଙ୍କ ପତ୍ନୀ ସାନାଙ୍କୁ ଅଯଥାରେ ଟ୍ରୋଲ୍ କରାଯାଉଛି ବୋଲି କ୍ଷୋଭର ସହ କହିଛନ୍ତି।
ଆହୁରି ପଢ଼ନ୍ତୁ: Cricket: ଜିମ୍ବାୱେକୁ ହରାଇ ଲଗାତାର ୭ ମ୍ୟାଚ୍ ଜିିତିଲା ଦକ୍ଷିଣ ଆଫ୍ରିକା
ସୂଚନାଯୋଗ୍ୟ ଯେ ସୋଏବ ୨୦୦୨ ମସିହାରେ ହାଇଦ୍ରାବାଦର ଆୟେଶା ସିଦ୍ଦିକି ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ପରେ ବିବାଦୀୟ ପରିସ୍ଥିତିରେ ତାଙ୍କୁ ଛାଡ଼ପତ୍ର ଦେଇ ଭାରତୀୟ ଟେନିସ୍ ସୁନ୍ଦରୀ ସାନିଆ ମିର୍ଜାଙ୍କୁ ଜୀବନ ସାଥୀ ଭାବେ ବାଛିଥିଲେ। ଉଭୟଙ୍କର ଇଝାନ ନାମରେ ପୁଅଟିଏ ଅଛି। ତେବେ ୨୦୨୩ ମସିହାରେ ସାନିଆଙ୍କୁ ଛାଡ଼ି ସାନା ଜାଭେଦଙ୍କ ହାତ ଧରିଥିଲେ। ତେବେ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବାର ଖବର ଅନେକ ସମୟରେ ପଦାକୁ ଆସିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/01/01bbs_66_01032026_112-2026-03-01-20-06-18.jpg)