କୋଟିପତି ବରୁଣ କିଏ?

ଆଇପିଏଲ୍‌ ଖେଳାଳି ନିଲାମ

ଜୟପୁର: ଆଇପିଏଲ୍‌ ଖେଳାଳି ନିଲାମରେ କୋଟିପତି ବନି ଯାଇଥିବା ତାମିଲନାଡୁର ବରୁଣ ଚକ୍ରବର୍ତୀ ଜଣେ ଅଜଣାଅଶୁଣା କ୍ରିକେଟର୍‌। ସେ ଏପର୍ଯ୍ୟନ୍ତ ଜାତୀୟ ଦଳରେ ଖେଳିବାର ନଜିର ନାହିଁ। କେବଳ ବିଜୟ ହଜାରେ ଟ୍ରିଫି ଖେଳି ୪.୨୩ ଇକୋନୋମି ହାରରେ ୯ ମ୍ୟାଚ୍‌ରୁ ୨୨ ୱିକେଟ୍‌ ନେଇଥିଲେ। ଏଥି ସହିତ ସେ ଗ୍ରୁପ୍‌ ପର୍ଯ୍ୟାୟରେ ସର୍ବାଧିକ ୱିକେଟ୍‌ ଅକ୍ତିଆର କରିଥିଲେ। ସେ ମଧ୍ୟ ତାମିଲନାଡୁ ପାଇଁ ରଣଜୀ ପଦାର୍ପଣ କରିଥିଲେ। କିନ୍ତୁ ଆଇପିଏଲ୍‌ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ଟ୍ରାଏଲ୍‌ ଦେବା ସାଙ୍ଗକୁ ନେଟ୍‌ସ୍‌ରେ ବି ବୋଲିଂ କରିଥିଲେ। ଏହା ପୂର୍ବରୁ ସେ ଚେନ୍ନାଇ ସୁପର କିଙ୍ଗ୍‌ସର ନେଟ୍‌ରେ ମଧ୍ୟ ବୋଲିଂ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍‌ସର ବ୍ୟାଟି ପ୍ରଶିକ୍ଷକ ତଥା ତାମିଲନାଡୁ ପ୍ରିମିୟର ଲିଗ୍‌ରେ ଭାଷ୍ୟକାର ଭୂମିକା ତୁଲାଇଥିବା ମାଇକେଲ ହସି ସେତେବେଳେ ବରୁଣଙ୍କ ନିକଟରେ ଚମତ୍କାର ଦକ୍ଷତା ଭରି ରହିଥିବା ପ୍ରକାଶ କରିଥିଲେ। ଚଳିତ ବର୍ଷ ସେ କୋଲ୍‌କାତା ନାଇଟ୍‌ ରାଇଡସର୍ ଅଧିନାୟକ ଦୀନେଶ କାର୍ତିକ ଓ ଆନାଲିଷ୍ଟ ଏଆର୍‌ ଶ୍ରୀକାନ୍ତଙ୍କ ଡକରା ପାଇ କେକେଆର୍‌ ନେଟ୍‌ରେ ବି ବୋଲିଂ କରିଥିଲେ। ସେଠାରେ ସେ ସୁନୀଲ ନରିନ୍‌ ଓ ସ୍ପିନ୍‌ ପ୍ରଶିକ୍ଷକ କାର୍ଲ କ୍ରୋ’ଙ୍କ ସହ ଭାବ ବିନିମୟ କରିଥିଲେ। କିନ୍ତୁ ଆଇପିଏଲ୍‌ ନିଲାମରେ ଏତେ ଦରରେ ତାଙ୍କୁ କିଏ କିଣିବ ବୋଲି କେବେ ଭାବିନଥିଲେ। ହେଲେ କୋଟିପତି ହେବା ପରେ ନିଜକୁ ଗୌରବାନ୍ବିତ ମନେ କରିଛନ୍ତି ବରୁଣ।
ହେଲେ ୧୩ ବର୍ଷ ବୟସରୁ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିବା ବରୁଣ ୧୭ ବର୍ଷ ବୟସ ପର୍ଯ୍ୟନ୍ତ ଜଣେ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ରହିଥିଲେ। ହେଲେ ବୟସ ବର୍ଗ କ୍ରିକେଟ୍‌ରେ ବାରମ୍ବାର ଉପେକ୍ଷିତ ହେବା ପରେ ସେ କ୍ରିକେଟ୍‌ରୁ ନଜର ହଟାଇ ଚେନ୍ନାଇର ଏସ୍‌ଆର୍‌ଏମ୍‌ ବିଶ୍ବବିଦ୍ୟାଳୟରେ ସ୍ଥାପତ୍ୟ (ଆର୍କିଟେକ୍‌ଚର)ରେ ଡିଗ୍ରି କରିଥିଲେ। ଏହି ୫ ବର୍ଷିୟା କୋର୍ସ ପୂର୍ଣ୍ଣ କରିବା ପରେ ଜଣେ ମୁକ୍ତ ସ୍ଥପତି ଭାବେ ସେ କାର୍ଯ୍ୟ କରିଥିଲେ। ମାତ୍ର ‌ସୌଖୀନ ଭାବେ ଟେନିସ୍‌ ବଲ୍‌ କ୍ରିକେଟ୍‌ ଖେଳି ଚାଲିଲେ। ଫଳରେ ସେ ସ୍ଥପତି କର୍ମକୁ ଛାଡ଼ିଦେଇ କ୍ରମ୍‌ବେଷ୍ଟ କ୍ରିକେଟ୍‌ କ୍ଲବ୍‌ରେ ଜଣେ ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ଭାବେ ଯୋଗଦେଲେ। କିନ୍ତୁ ଆଣ୍ଠୁ ଜନିତ ଆଘାତ ତାଙ୍କୁ ଗୋଟିଏ ମ୍ୟାଚ୍‌ ପରେ ପେସ୍‌ରୁ ସ୍ପିନ୍‌ ବୋଲିଂ କରିବାକୁ ବାଧ୍ୟ କରିଥିଲା। ଟେନିସ୍‌ ବଲ୍‌ କ୍ରିକେଟ୍‌ (୧୮ ଗଜ୍‌ ପିଚ୍‌)ରେ ବ୍ୟାଟ୍‌ସମ୍ୟାନ୍‌ଙ୍କଠୁ ପ୍ରାହାର ଖାଉଥିବା ବରୁଣ କିନ୍ତୁ ସ୍ପିନ୍‌ କଳାକୁ ଖୁବ୍‌ ଭଲ ଭାବେ ଆୟତ କରିନେଲେ। ତାଙ୍କ ବୋଲିଂରେ ୭ ପ୍ରକାର ବିବଧତା ରହିଥିବାରୁ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇ ପାରିଥିଲେ। ବରୁଣଙ୍କ କହିବା ଅନୁଯାୟୀ, ସେ ବୋଲିଂରେ ଅଫ୍‌ବ୍ରେକ୍‌, ଲେଗ୍‌ବ୍ରେକ୍‌, ଗୁଗ୍‌ଲି, କ୍ୟାରମ୍‌ ବଲ୍‌, ଫ୍ଲିପର୍‌, ଟପ୍‌ସ୍ପିନର ଏବଂ ୟର୍କର ମଧ୍ୟ ପକାଇଥାନ୍ତି। ଆହତରୁ ମୁକୁଳିବା ପରେ ବରୁଣ ଚେନ୍ନାଇ ଲିଗ୍‌ର ଚତୁର୍ଥ ସଂସ୍କରଣରେ ଜୁବୁଲି କ୍ରିକେଟ୍‌ କ୍ଲବ୍‌ ସହ ଚୁକ୍ତି କରିଥିଲେ। ସେହିଠାରେ ସେ ତାଙ୍କ ବୋଲିଂରେ ୭ ପ୍ରକାର ବିଭିନ୍ନତା ଦେଖାଇ ବିସ୍ମୟ ସ୍ପିନର ପାଲଟିଗଲେ। ୨୦୧୭-୧୮ ଋତୁରେ ସେ କ୍ଲବ୍‌ ପକ୍ଷରୁ ୭ ଦିନିକିଆ ମ୍ୟାଚ୍‌ ଖେଳି ୩୧ ୱିକେଟ୍‌ ଦଖଲ କରିଥିଲେ। ବରୁଣମଧ୍ୟ ଗତବର୍ଷ ଅପରାଜିତ ୭୪ ରନ୍‌ କରି ତାଙ୍କ କ୍ଲବ୍ ଦଳକୁ ୧ ୱିକେଟ୍‌ର ଚମକପ୍ରଦ ବିଜୟ ଭେଟି ଦେଇଥିଲେ। ଏହାପରେ ସେ ତାମିଲନାଡୁ ପ୍ରିମୟର ଲିଗ୍‌ରେ ଖେଳି ସିଚେମ୍‌ ମଦୁରାଇ ପାନ୍ଥର୍ସ ଦଳକୁ ପ୍ରଥମ ଥଣ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ହେଲେ ମଙ୍ଗଳବାର ଆଇପିଏଲ୍‌ ଖେଳାଳି ନିଲାମ ପୂର୍ବରୁ ତାଙ୍କର ମୂଳଦର ରହିଥିଲା ମାତ୍ର ୨୦ ଲକ୍ଷ। କିନ୍ତୁ ତାଙ୍କୁ ନେବା ପାଇଁ ଟଣାଓଟରା ଶେଷରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୮.୪ କୋଟିରେ କିଣି ନେଇଥିଲା। ଫଳରେ ଜାତୀୟ ହେଉ ବା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଜଣେ ଅପରିଚିତ ଖେଳାଳି ମୂଳ ଦରଠାରୁ ୪୧ ଗୁଣାରୁ ଅଧିକ ବିକ୍ରି ହୋଇ ରାତାରାତି ବନିଗଲେ କୋଟିପତି।

କାହାକୁ କିଣିଲା କିଏ
ଖେଳାଳି ମୂଳଦର ବିକ୍ରି ମୂଲ୍ୟ ଫ୍ରାଞ୍ଚାଇଜ୍‌
ଜୟଦେବ ଉନାଦ୍‌କଟ୍‌ ୧.୫ କୋଟି ୮.୪ କୋଟି ରାଜସ୍ଥାନ ରୟାଲ୍‌ସ
ବରୁଣ ଚକ୍ରବର୍ତି ୫୦ ଲକ୍ଷ ୮.୪ କୋଟି କିଙ୍ଗ୍‌ସ ଏକାଦଶ ପଞ୍ଜାବ
ସାମ୍‌ କରନ୍‌ ୨ କୋଟି ୭.୨ କୋଟି କିଙ୍ଗ୍‌ସ ଏକାଦଶ ପଞ୍ଜାବ
କଲିନ୍‌ ଇନ୍‌ଗ୍ରାମ୍‌ ୨ କୋଟି ୬.୪ କୋଟି ଦିଲ୍ଲୀ କ୍ୟାପିଟାଲ୍‌ସ
ଅକ୍ଷର ପଟେଲ ୧ କୋଟି ୫ କୋଟି ଦିଲ୍ଲୀ କ୍ୟାପିଟାଲ୍‌ସ
ଶିବମ୍‌ ଦୁବେ ୨୦ ଲକ୍ଷ ୫ କୋଟି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ମୋହିତ ଶର୍ମା ୫୦ ଲକ୍ଷ ୫ କୋଟି ଚେନ୍ନାଇ ସୁପର କିଙ୍ଗ୍‌ସ
କାର୍ଲୋସ୍‌ ବ୍ରାଥ୍‌ୱେଟ୍‌ ୭୫ ଲକ୍ଷ ୫ କୋଟି କୋଲ୍‌କାତା ନାଇଟ୍‌ ରାଇଡର୍ସ
ମହମ୍ମଦ ସାମି ୧ କୋଟି ୪.୮ କୋଟି କିଙ୍ଗ୍‌ସ ଏକାଦଶ ପଞ୍ଜାବ
ପ୍ରଭ୍‌ସିମ୍ରନ୍‌ ସିଂହ ୨୦ ଲକ୍ଷ ୪.୮ କୋଟି କିଙ୍ଗ୍‌ସ ଏକାଦଶ ପଞ୍ଜାବ
ସିମ୍ରନ୍‌ ହେଟ୍‌ମେୟର ୫୦ ଲକ୍ଷ ୪.୨ କୋଟି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ନିକୋଲାସ୍‌ ପୂରନ୍‌ ୭୫ ଲକ୍ଷ ୪.୨ କୋଟି କିଙ୍ଗ୍‌ସ ଏକାଦଶ ପଞ୍ଜାବ
ଆକାଶଦୀପ୍‌ ନାଥ ୨୦ ଲକ୍ଷ ୩.୬ କୋଟି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ବରିନ୍ଦର ସ୍ରନ୍‌ ୫୦ ଲକ୍ଷ ୩.୪ କୋଟି ମୁମ୍ବାଇ ଇଣ୍ଡିଆନ୍‌ସ
ବରୁଣ ଆରୋନ୍‌ ୫୦ ଲକ୍ଷ ୨.୪ କୋଟି ରାଜସ୍ଥାନ ରୟାଲ୍‌ସ
ଜନି ବେୟାରଷ୍ଟୋ ୧.୫ କୋଟି ୨.୨ କୋଟି ସନ୍‌ରାଇଜର୍ସ ହାଇଦ୍ରାବାଦ
ହନୁମା ବିହାରୀ ୫୦ ଲକ୍ଷ ୨ କୋଟି ଦିଲ୍ଲୀ କ୍ୟାପିଟାଲ୍‌ସ
ଲସିଥ୍‌ ମାଲିଙ୍ଗା ୨ କୋଟି ୨ କୋଟି ମୁମ୍ବାଇ ଇଣ୍ଡିଆନ୍‌ସ
ସେର୍ଫାନେ ରଦର୍‌ଫୋର୍ଡ ୪୦ ଲକ୍ଷ ୨ କୋଟି ଦିଲ୍ଲୀ କ୍ୟାପିଟାଲ୍‌ସ
ଲୁକି ଫର୍ଗୁସନ୍‌ ୧ କୋଟି ୧.୬ କୋଟି କୋଲ୍‌କାତା ନାଇଟ୍ ରାଇଡର୍ସ
ପ୍ରୟାସ ରାୟବର୍ମନ ୨୦ ଲକ୍ଷ ୧.୫ କୋଟି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ରିଦ୍ଧିମାନ ଶାହା ୧ କୋଟି ୧.୨ କୋଟି ସନ୍‌ରାଇଜର୍ସ ହାଇଦ୍ରାବାଦ
ଈଶାନ୍ତ ଶର୍ମା ୭୫ ଲକ୍ଷ ୧.୧ କୋଟି ଦିଲ୍ଲୀ କ୍ୟାପିଟାଲ୍‌ସ
ଯୁବରାଜ ସିଂହ ୧ କୋଟି ୧ କୋଟି ମୁମ୍ବାଇ ଇଣ୍ଡିଆନ୍‌ସ
ମାର୍ଟିନ୍‌ ଗପ୍ଟିଲ ୧ କୋଟି ୧ କୋଟି ସନ୍‌ରାଇଜର୍ସ ହାଇଦ୍ରାବାଦ
ମୋଜେସ୍‌ ହେନ୍‌ରିକ୍ସ ୧ କୋଟି ୧ କୋଟି କିଙ୍ଗ୍‌ସ ଏକାଦଶ ପଞ୍ଜାବ
ଅନ୍‌ମୋଲ୍‌ପ୍ରୀତ୍‌ ସିଂହ ୨୦ ଲକ୍ଷ ୮୦ ଲକ୍ଷ ମୁମ୍ବାଇ ଇଣ୍ଡିଆନ୍‌ସ
କୁର୍‌କୀରଟ ସିଂହ ମାନ୍‌ ୫୦ ଲକ୍ଷ ୫୦ ଲକ୍ଷ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ହେନ୍‌ରିକ୍‌ କ୍ଲାସେନ୍‌ ୫୦ ଲକ୍ଷ ୫୦ ଲକ୍ଷ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ସର୍ଫରାଜ ଖାନ୍‌ ୨୦ ଲକ୍ଷ ୨୫ ଲକ୍ଷ କିଙ୍ଗ୍‌ସ ଏକାଦଶ ପଞ୍ଜାବ
ଦେବଦତ୍ତ ପାଡିକଲ୍‌ ୨୦ ଲକ୍ଷ ୨୦ ଲକ୍ଷ ରୟାଲ୍‌ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର
ଅଙ୍କୁଶ ବେନ୍‌ସ ୨୦ ଲକ୍ଷ ୨୦ ଲକ୍ଷ ଦିଲ୍ଲୀ କ୍ୟାପିଟାଲ୍‌ସ
ନାଥୁ ସିଂହ ୨୦ ଲକ୍ଷ ୨୦ ଲକ୍ଷ ଦିଲ୍ଲୀ କ୍ୟାପିଟାଲ୍‌ସ

ସମ୍ବନ୍ଧିତ ଖବର