ବିଶାଖାପାଟଣା: ବିଶାଖାପାଟଣାଠାରେ ରବିବାର ଖେଳାଯାଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ଦିଲ୍ଲୀ ଆଗରେ ୧୬୪ ରନର ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ଦିଲ୍ଲୀ ବୋଲରଙ୍କ ସମ୍ମୁଖୀନ ହୋଇନପାରି ଦଳ ୧୮.୪ ଓଭରରେ ୧୬୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳପକ୍ଷରୁ ଅନିକେତ ବର୍ମା ସର୍ବାଧିକ ୭୪ ରନ କରିଥିବାବେଳେ ହେନରିକ୍ କ୍ଲାସେନ ୩୨ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଅଭିଷେକ ଶର୍ମା ୧ ରନ , ଇଶାନ କିଷନ ୨ ଓ ନୀତୀଶ ରେଡ୍ଡୀ ୦ ରନ କରିଥିଲେ । ତେବେ ଟ୍ରାଭିସ ହେଡ୍ ୨୨ ରନ କରିଥିଲେ ।
ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାକ୍ ୫ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ୩ଟି ଓ୍ବିକେଟ ନେଇଥିଲେ । ସେହିପରି ମୋହିତ ଶର୍ମା ଗୋଟିଏ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/30/02JoIuRNmNe0I3n4TGLR.jpg)