ଆଇପିଏଲ୍-୧୩ : ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ୍। ଏହାଫଳରେ ଆଇପିଏଲ-୧୩ର ପରବର୍ତ୍ତୀ ପର୍ଯ୍ୟାୟକୁ ହାଇଦ୍ରାବାଦର ଯିବାର ଆଶା ଉଜ୍ଜୀବିତ ରହିଛି। ୧୦ଟି ମ୍ୟାଚରୁ ୮ ପଏଣ୍ଟ ସଂଗ୍ରହ କରି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ହାଇଦ୍ରାବାଦ୍।  ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ହାଇଦ୍ରାବାଦ ଆଗରେ  ୧୫୫ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହାପରେ ସନରାଇଜର୍ସ ହାଇଦ୍ରାବାଦ୍ ବ୍ୟାଟିଂ କରି ମାତ୍ର ୨ଟି ଉଇକେଟ୍ ହରାଇ ୧୫୬ ରନ୍ କରି ସହଜ ବିଜୟ ହାସଲ କରିଥିଲା। ମନୀଷ ପାଣ୍ଡେଙ୍କ ଅପରାଜିତ ୮୩ (୪୭) ଓ ବିଜୟ ଶଙ୍କରଙ୍କ ଅପରାଜିତ ୫୨( ୫୧) ରନ୍ ବଳରେ ହାଇଦ୍ରାବାଦ୍ ଏହି ବିଜୟର ହକଦାର ହୋଇଛି।

ଆଜି ହାଇଦ୍ରାବାଦ ଦଳ ଟସ ଜିଣି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନର ଦୁଇ ଓପନର ରବିନ ଉଥପ୍ପା ଓ ବେନ ଷ୍ଟୋକ୍ସ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳ ଏକ ଭଲ ସ୍କୋର ଛିଡ଼ା କରିପାରି ନଥିଲା । ଉଥାପ୍ପା ୧୯ରନ କରିଥିବାବେଳେ ଷ୍ଟୋକ୍ସ ୩୦ ରନ ଓ ସଞ୍ଜୁ ସାମସନ ୩୬ ରନ କରିଥିଲେ । ବଟଲର ୯ ରନ କରିଥିବାବେଳେ ଅଧିନାୟକ ସ୍ମିଥ ୧୯ ରନ କରି ଆଉଟ୍ ହୋଇଥିଲେ । ଜୋଫ୍ରା ଆର୍ଚର ୧୬ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୪ ରନ କରିଥିଲା।

ସମ୍ବନ୍ଧିତ ଖବର