ହାଇଦ୍ରାବାଦ: ହାଇଦ୍ରାବାଦର ପୂର୍ବତନ ଦ୍ରୁତ ବୋଲର ଅଶ୍ବିନ ଯାଦବ ଶନିବାର ହୃଦ୍ଘାତରେ ପରଲୋକ ଗମନ କରିଛନ୍ତି। ତାଙ୍କୁ ୩୩ ବର୍ଷ ହୋଇଥିଲା। ଅଶ୍ବିନ ୧୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୩୪ ୱିକେଟ୍ ଅକ୍ତିଆର କରିଥିଲେ। ୨୦୦୭ରେ ମୋହାଲିରେ ପଞ୍ଜାବ ବିପକ୍ଷରେ ସେ ରଣଜୀ ପଦାର୍ପଣ କରିଥିଲେ। ୨୦୦୮-୦୯ ଋତୁରେ ଉପଲ ଷ୍ଟାଡିୟମ୍ରେ ଦିଲ୍ଲୀ ବିପକ୍ଷ ୬/୫୨ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ରହିଥିଲା। ଶେଷ ରଣଜୀ ମ୍ୟାଚ୍ ସେ ୨୦୦୯ରେ ମୁମ୍ବାଇ ବିପକ୍ଷରେ ଖେଳିଥିଲେ।
ଏହାପରଠୁ ସେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ହାଇଦ୍ରାବାଦ ପାଇଁ ଖେଳ ଜାରି ରଖିଥିଲେ। ଏବେ ଲୋକାଲ୍ ଲିଗ୍ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଖେଳୁଥିଲେ। ହାଇଦ୍ରାବାଦ ଷ୍ଟେ୍ଟ୍ ବ୍ୟାଙ୍କ୍ରେ ଯୋଗଦେବା ପୂର୍ବରୁ ସେ ଲୋକାଲ ଲିଗ୍ରେ ଏଭରଗ୍ରିନ୍ ପାଇଁ ବହୁବର୍ଷ ଖେଳିଥିଲେ। ଅଶ୍ବିନ ଜଣେ ଚମତ୍କାର ଆଉଟ୍ ସୁଇଂଙ୍ଗର ବୋଲର ଥିଲେ ଏବଂ ୱିକେଟ୍ ଦଖଲ କରୁଥିଲେ ବୋଲି ପ୍ରଶିକ୍ଷକ କିଷେନଲାଲ କହିଛନ୍ତି। ଅଶ୍ବିନଙ୍କ ପରଲୋକ ଏକ ଦାରୁଣ ଖବର ବୋଲି ଟ୍ବିଟ୍ କରିଛନ୍ତି ଭାରତୀୟ ଦଳର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍ ଶ୍ରୀଧର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/494465g465ad456ag4d65dag.jpg)