ଆଇପିଏଲ : ଦିଲ୍ଲୀ ଆଗରେ ୧୩୫ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଦୁବାଇ : ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୩୩ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୩୫ ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।

ଆଜି ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ମାତ୍ର ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ବାର୍ଣ୍ଣର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ରିଦ୍ଧିମାନ ସାହା ଓ କେନ ଓ୍ବିଲିୟମସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ତେବେ ଉଭୟ ବ୍ୟାଟ୍ସମ୍ୟାନ ୧୮ ରନ ଲେଖାଏଁ କରି ଆଉଟ ହୋଇଥିଲେ । ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଅବଦୁଲ ସମଦ ଓ ରସିଦ ଖାଁ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସମଦ ୨୮ ଓ ରସିଦ ୨୨ ରନ କରିଥିଲେ । ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୩୪ ରନ କରିଥିଲା ।

ଚଳିତ ଆଇପିଏଲରେ ଦିଲ୍ଲୀ ଉଲ୍ଲେଖନୀୟ  ପ୍ରଦର୍ଶନ କରି ୮ଟି ମ୍ୟାଚରୁ ୬ ବିଜୟ ସହ ୧୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ମାତ୍ର ହାଇଦ୍ରାବାଦର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୭ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ମାତ୍ର ୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି ।

 

ସମ୍ବନ୍ଧିତ ଖବର