ଦୁବାଇ : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ୮ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ କୋଲକତାକୁ ୧୪୩ ରନର ଟାର୍ଗେଟ ଦେଇଛି ।
ଆଜି ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଅଧିନାୟକ ଡେଭିଡ ୱାର୍ନର ଓ ଜନି ବେୟାରଷ୍ଟୋ ସତର୍କତାର ସହ ଓପନିଂ ଆରମ୍ଭ କରିଥିଲେ । ତେବେ ବେୟାରଷ୍ଟୋ ମାତ୍ର ୫ରନ କରି ଆଉଟ ହେବା ପରେ ୱାର୍ନର ମନୀଷ ପାଣ୍ଡେଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ୱାର୍ନର ୩୬ ରନ କରି ଆଉଟ ହୋଇଥିବାବେଳେ ମନୀଷ ୫୧ ରନ କରିଥିଲେ । ୱାର୍ନର ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ ହୋଇଥିବାବେଳେ ମନୀଷଙ୍କୁ ରସେଲ ଆଉଟ କରିଥିଲେ ।
୪ର୍ଥ ସ୍ଥାନରେ ଆସିଥିବା ରିଦ୍ଧିମାନ ଶାହା ୩୦ ରନ କରି ରନଆଉଟ ହୋଇଥିଲେ । ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୪୨ ରନ କରିପାରିଥିଲା ।
ଉଭୟ ଦଳ ପାଇଁ ଏହା ହେଉଛି ୨ୟ ମ୍ୟାଚ । ପୂର୍ବରୁ ଉଭୟ କୋଲକାତା ଓ ହାଇଦ୍ରାବାଦ ଗୋଟିଏ ଲେଖାଏଁ ମାଚ ହାରି ନିଜର ପଏଣ୍ଟ ଖାତା ଖୋଲିପାରିନାହାନ୍ତି । ଏଣୁ ଆଜିର ମ୍ୟାଚରେ ଯିଏ ଜିତିବ ସେ ପଏଣ୍ଟ ଖାତା ଖୋଲିବ ।