ବାଙ୍ଗାଲୋର ଆଗରେ ୧୪୭ ରନର ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ହାଇଦ୍ରାବାଦ : ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେଉଥିବା ଆପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟ ହରାଇ ୧୪୬ ରନ ସଂଗ୍ରହ କରିଛି । ଏହି ଦଳ ପ୍ରଥମରୁ ଆଲେକ୍ସ ହେଲ୍ସ ଓ ଶିଖର ଧଓ୍ଵନଙ୍କ ଓ୍ଵିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଅଧିନାୟକ କେନ ଓ୍ଵିଲିୟମ୍ସ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ଇନିଂସକୁ ସମ୍ଭାଳିଥିଲେ । ସେ ୩୯ ବଲରେ ୫୬ ରନ ସଂଗ୍ରହ କରି ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ସକିବୁଲ ହସନ ମଧ୍ୟ ୩୨ ବଲରେ ୩୫ ରନ ସଂଗ୍ରହ କରି ସାଉଥିଙ୍କ ବଲରେ ଆଉଟ ହୋଇଥିଲେ ।
ଏହା ପୂର୍ବରୁ ବାଙ୍ଗାଲୋର ଦଳ ଟସ ଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଅପରିବର୍ତ୍ତିତ ରହିଥିବାବେଳେ ବାଙ୍ଗାଲୋର ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ମୁରୁଗାନ ଅଶ୍ୱୀନଙ୍କ ବଦଳରେ ମନନ ବୋରା ଓ ବ୍ରେଣ୍ଡନ ମାକୁଲମଙ୍କ ବଦଳରେ ମୋଇନ ଅଲିଙ୍କୁ ଟିମରେ ରଖାଯାଇଛି । ଶେଷ ଖବର ମିଳିବା ପର୍ଯ୍ୟନ୍ତ ହାଇଦ୍ରାବାଦ ୩ ଓଭରରେ ୧ ଓ୍ଵିକେଟ ହରାଇ ରନ ସଂଗ୍ରହ କରିଛି । ସନରାଇଜର୍ସ ହାଇଦ୍ରାବାଦ ଏପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳି ୭ ବିଜୟ ଓ ୨ ପରାଜୟ ସହ ୧୪ ପଏଣ୍ଟ ପାଇ ନିଜ ସ୍ଥିତିକୁ ସୁଦୃଢ କରିଥିବାବେଳେ ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗାଲୋର ଦଳ ୯ଟି ମ୍ୟାଚ ଖେଳି ମାତ୍ର ୩ଟିରେ ଜିତିଥିବାବେଳେ ୬ଟି ମ୍ୟାଚରେ ପରାଜୟ ବରଣ କରି ମାତ୍ର ୬ ପଏଣ୍ଟ ପାଇଛି । ଏହି ମ୍ୟାଚ ଜିତି ହାଇଦ୍ରାବାଦ ଦଳ ପ୍ଲେ ଅପକୁ ଯିବା ନିଶ୍ଚିତ କରିପାରିବ, ସେହିପରି ବାଙ୍ଗାଲୋର ଏହି ମ୍ୟାଚ ଜିତିଲେ ନିଜ ସ୍ଥିତିରେ କିଛିଟା ଉନ୍ନତି କରିପାରିବ ।

ସମ୍ବନ୍ଧିତ ଖବର