ରାଉରକେଲା: ହକି ଇଣ୍ଡିଆ ଲିଗ୍‌ର ଶନିବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ତୁଫାନ୍ସ ଓ ୟୁପି ରୁଦ୍ରାସ୍‌ ବିଜୟୀ ହୋଇଛନ୍ତି। ସୁର୍‌ମା ହକି କ୍ଲବ୍‌ ଓ ହାଇଦ୍ରାବାଦ ମଧ୍ୟରେ ଖେଳ ଯାଇଥିବା ପ୍ରଥମ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏପରିକି ମ୍ୟାଚ୍‌ ଶେଷ ହେବା ପାର୍ଯ୍ୟନ୍ତ ସ୍କୋର୍‌ ଲାଇନ୍ ୧-୧ରେ ବରାବର ରହିଥିଲା। ସୁର୍‌ମା ପକ୍ଷରୁ ଅଷ୍ଟମ ମିନିଟ୍‌ରେ ନିକୋଲାସ ଟୋର୍‌ ଡେଲା ଗୋଲ୍‌ ଦେଇଥିଲାବେଳେ ୪୦ତମ ମିନିଟ୍‌ରେ ତୁଫାନ୍ସର ଅମନଦୀପ ଲାକ୍ରା ଏହାକୁ ଶୁଝି ଦେଇଥିଲେ।

Advertisment

ଅବଶିଷ୍ଟ ସମୟରେ ଉଭୟ ଦଳ କେହି କାହାରିକୁ  ଗୋଲ୍ ଦେଇ ନପାରିବାରୁ ମ୍ୟାଚ୍ ସୁଟ୍‌ଆଉଟ୍‌କୁ ଯାଇଥିଲା। ଏଥିରେ ତୁଫାନ୍ସ ୪-୩ ଗୋଲ୍‌ରେ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ରେ ୟୁପି ରୁଦ୍ରାସ୍‌ ସିଧା‌ସଳଖ ୩-୧ ଗୋଲ୍‌ରେ ଦିଲ୍ଲୀ ଏସ୍‌ଜି ପାଇପର୍ସକୁ ପରାସ୍ତ କରିଥିଲା। ୟୁପି ପକ୍ଷରୁ ଫ୍ଲୋରିସ୍‌ ୱରସେଲ୍‌ବର (୩୦), କେନ୍‌ ରସେଲ୍‌ (୪୩), ଟେଙ୍ଗୁଇ କୋସିନ୍ସ (୫୪) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲାବେଳେ ଦିଲ୍ଲୀ ପକ୍ଷରୁ ଜ୍ୟା‌କ୍‌ ହ୍ୱିଟନ (୨୯) ଏକମାତ୍ର ଗୋଲ୍‌ ସ୍କୋର୍ କରିଥିଲେ।