ସୁଟ୍‌ଆଉଟ୍‌ରେ ୫-୪ ଗୋଲ୍‌ରେ ଦିଲ୍ଲୀ ଏସ୍‌ଜି ପାଇପିର୍ସକୁ ହରାଇଲା

Advertisment
ରାଉରକେଲା: ହକି ଇଣ୍ଡିଆ ଲିଗ୍‌ର ମଙ୍ଗଳବାର ମ୍ୟାଚ୍‌ରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍‌ ୨-୨ ଗୋଲରେ ଅମିମାଂସିତ ରହିବାରୁ ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ହାଇଦ୍ରାବାଦ୍‌ ତୁଫାନ୍ସ ୫-୪ ଗୋଲ୍‌ରେ ବାଜି ମାରିନେଇଥିଲା।
publive-image
ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ ହାଇଦ୍ରାବାଦ୍‌ ତୁଫାନ୍ସ ଆଧିବପ୍ୟ ବିସ୍ତାର କରିଥିଲା। ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଓଡ଼ିଆ ତାରକା ଅମନଦୀପ ଲାକ୍ରାଙ୍କ ଗୋଲ୍‌ ବଳରେ ଦଳ ୧-୦ ଗୋଲ୍‌ରେ ଆଗୁଆ ହୋଇଥିଲା। ୧୩ତମ ମିନିଟ୍‌ରେ ଦଳ ଗୋଞ୍ଜାଲୋ ପିଲେଟ୍‌ ଏକ ଆ‌କର୍ଷଣୀୟ ଗୋଲ୍‌ଦେଇ ବ୍ୟବଧାନକୁ ୨-୦ ଗୋଲ୍‌କୁ ବୃଦ୍ଧି କରିଥିଲେ।
ତେବେ ଦ୍ବିତୀୟ କ୍ବାର୍ଟରପରେ କିନ୍ତୁ ଦିଲ୍ଲୀ ଏସ୍‌ଜି ପାଇପର୍ସ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ୨୧ତମ ମିନିଟ୍‌ରେ ଦିଲରାଜ ସିଂହ ଓ ୫୦ତମ ମିନିଟ୍‌ରେ ଗେରାଥ୍‌ ଫୋରଲଙ୍ଗ୍‌ଙ୍କ ଗୋଲ୍‌ ବଳରେ ସ୍କୋର ୨-୨ରେ ବରାବର ହୋଇଥିଲା। ଆଜିର ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ତୁଫାନ୍ସ ୬ଟି ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ ୩ଟି ପେନାଲ୍‌ଟି କର୍ଣ୍ଣର ସୁଯୋଗ ପାଇଥିଲା।