ରାଉରକେଲା: ହକି ଇଣ୍ଡିଆ ଲିଗ୍ର ଅନ୍ୟତମ ଏକ ମ୍ୟାଚ୍ରେ ରବିବାର ଘରୋଇ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ବିପକ୍ଷରେ ହାଇଦ୍ରାବାଦ ତୁଫାନ୍ସ ଆଜି ଦମଦାର ବିଜୟ ହାସଲ କରିଛି। ହାଇଦ୍ରାବାଦ ତୁଫାନ୍ସ ସିଧାସଳଖ ୫-୧ ଗୋଲରେ କଳିଙ୍ଗ ଲାନ୍ସର୍ସକୁ ପରାସ୍ତକରି ୧୦ ପଏଣ୍ଟ ସହ ତାଲିକାର ଦ୍ଵିତୀୟ ସ୍ଥାନକୁ ଉଠିଛି।
ଆଜି ରବିବାର ଥିବାରୁ ବିର୍ସା ମୁଣ୍ଡା ଇଣ୍ଟରନ୍ୟାସନାଲ ହକି ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ଅଧିକ ଥିଲା। ଘରୋଇ ଦଳର ମ୍ୟାଚ୍ ଥିବାରୁ ଦର୍ଶକମାନେ ମଧ୍ୟ ଉତ୍ସାହିତ ଥିଲେ।
/sambad/media/media_files/2025/01/12/3d578def-4843-4b06-9b14-1d963ea3fd1d.jpg)
ମ୍ୟାଚର ୫ମ ମିନିଟରେ ଲାନ୍ସର୍ସକୁ ଏକ ପେନାଲଟି କର୍ଣ୍ଣର ସୁଯୋଗ ମିଳିଥିଲା। ଏହାକୁ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ ହାତଛଡା ନକରି ଏକ ଗୋଲରେ ପରିଣତ କରି ସ୍କୋରକୁ ୧-୦ ଗୋଲରେ ଆଗୁଆକରିଥିଲେ। ତେବେ ମାତ୍ର କେଇ ସେକେଣ୍ଡ ପରେ ତୁଫାନ୍ସର ଗୋଞ୍ଜାଲୋ ପିଲେଟ ଏକ ଆକର୍ଷଣୀୟ ଗୋଲା ଦେଇ ସ୍କୋରକୁ ୧-୧ରେ ବରାବର କରିଥିଲେ। ଏହାପରେ ତୁଫାନ୍ସ ଗୋଟିଏପରେ ଗୋଟିଏ ଗୋଲା ଦେଇଥିଲେ। ଗୋଞ୍ଜାଲୋ ପିଲେଟ ଦୁଇଟି ଗୋଲ (୬, ୩୦) ଦେଇଥିବାବେଳେ ମାଇକୋ କେସେଲା (୨୧), ଟିମ ବ୍ରାଣ୍ଡ (୪୭) ଓ ଅର୍ଶଦୀପ ସିଂହ (୫୪) ଗୋଟିଏ ଲେଖାଏ ଗୋଲା ଦେଇଥିଲେ। ପେନାଲଟି କର୍ଣ୍ଣର ସୁଯୋଗ ହାତଛଡା କରିବ ଲାନ୍ସର୍ସ କୁ ବେଶ ମହଙ୍ଗା ପଡିଛି। ଦଳକୁ ମୋଟ ୧୧ ଟି ପେନାଲଟି କର୍ଣ୍ଣର ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/12/3e0080de-ea2c-448c-a8b7-a86e6d88c1cf.jpg)