ଆଇପିଏଲ : ଗୁଜୁରାଟକୁ ୮ ଓ୍ବିକେଟରେ ହରାଇଲା ହାଇଦ୍ରାବାଦ

ମୁମ୍ବାଇ : ଆଜି ମୁମ୍ବାଇର ଡଃ ଡି.ଓ୍ବାଇ. ପାଟିଲ କ୍ରିକେଟ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୨୧ତମ ମ୍ୟାଚରେ ଗୁଜୁରାଟକୁ ୮ ଓ୍ବିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ଗୁଜୁରାଟ ଦ୍ବାରା ରଖାଯାଇଥିବା ୧୬୩ ରନର ଲକ୍ଷ୍ୟକୁ ହାଇଦ୍ରାବାଦ ଦଳ ୨୦ ତମ ଓଭରରେ ୨ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଅଧିନାୟକ କେନ ଓ୍ବିଲିୟମସନ ୫୭ ରନ ଓ ଅଭିଷେକ ଶର୍ମା ୪୨ ରନ କରିଥିଲେ । ନିକୋଲାସ ପୁରନ ଅପରାଜିତ ୩୪ ରନ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ । ଗୁଜୁରାଟ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ରସିଦ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୨ ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫୦ ରନ କରିଥିବାବେଳେ ଅଭିନବ ମନୋହର ୩୫ ରନ କରିଥିଲେ । ଓପନର ମାଥ୍ୟୁ ଓ୍ବାଡେ ୧୯ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ବର କୁମାର ଓ ଟି.ନଟରାଜନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମାର୍କୋ ଜାନସେନ ଓ ଉମରାନ ମଲ୍ଲିକ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର