ଚଳିତ ଆଇପିଏଲରେ ହାଇଦ୍ରାବାଦର ପ୍ରଥମ ବିଜୟ, ପଂଜାବକୁ ୯ ଓ୍ବିକେଟରେ ହରାଇଲା
ଚେନ୍ନାଇ : ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୧୪ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗସକୁ ୯ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ନିଜର ପ୍ରଥମ ବିଜୟ ହାସଲ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପଂଜାବ ଦ୍ବାରା ରଖାଯାଇଥିବା ୧୨୧ ରନର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ଦଳ ୧୮.୪ ଓଭରରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୩୭, ଜନି ବେୟାରଷ୍ଟୋ ୬୩ ଓ କେନ ଓ୍ବିଲିୟମସନ ୧୬ ରନ କରିଥିଲେ ।
ଆଜି ପଂଜାବ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପଂଜାବ ଦଳ ଆରମ୍ଭରୁ ହିଁ ଅଧିନାୟକ କେ.ଏଲ. ରାହୁଲଙ୍କ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରୁ ଉଠିପାରିନଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ବିଶେଷ ସ୍କୋର କରିପାରିନଥିଲେ । କେବଳ ମୟଙ୍କ ଅଗ୍ରଓ୍ବାଲ ଓ ଶାହରୁଖ ଖାଁ ୨୨ ରନ ଲେଖାଏଁ କରିଥିଲେ । ମାତ୍ର ଦଳର ନିମ୍ନ ଭାଗ ବ୍ୟାଟ୍ସମ୍ୟାନମାନେ ଦଳକୁ ନିରାଶ କରି ଅଳ୍ପ ରନରେ ଆଉଟ ହୋଇଯାଇଥିଲେ । ଫଳରେ ଦଳ ୧୯.୪ ଓଭରରେ ୧୨୦ ରନ କରି ଅଲଆଉଟ ହୋଇଯାଇଥିଲା । ହାଇଦ୍ରାବାଦ ପକ୍ଷରୁ ଖଲିଲ ଅହମ୍ମଦ ୩ଟି, ଅଭିଷେକ ଶର୍ମା ୨ଟି ତଥା ଭୁବନେଶ୍ବର କୁମାର, ସିଦ୍ଧାର୍ଥ କୌଲ ଓ ରସିଦ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।