ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ, ବ୍ୟାଟିଂ କରିବ କୋଲକାତା

ଚେନ୍ନାଇ :  ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୩ୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକତା ନାଇଟରାଇଡର୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଟସ ଜିତିବା ପରେ ହାଇଦ୍ରାବାଦ ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର କହିଛନ୍ତି ଯେ ଏହି ପିଚ୍ ଟିକିଏ ଶୁଖିଲା ଥିବାରୁ ଦ୍ବିତୀୟରେ ବ୍ୟାଟିଂ କରି ଲକ୍ଷ୍ୟର ପିଛା କରିବା ସହଜ ହେବ ।

ହାଇଦ୍ରାବାଦ ଟିମରେ ଖେଳୁଥିବା ବିଦେଶୀ ଖେଳାଳିମାନେ ହେଲେ ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର, ରସିଦ ଖାଁ, ନବି ଓ ଜନି ବେୟାରଷ୍ଟୋ । ସେହିପରି କୋଲକତା ଦଳରେ ଥିବା ବିଦେଶୀ ଖେଳାଳିମାନେ ହେଲେ ଅଧନାୟକ ଇଅନ ମୋର୍ଗାନ, ସାକିବଲ ହସନ, ପାଟ୍ କମିନ୍ସ ଓ ଆଣ୍ଡ୍ରେ ରସେଲ  ।

ଗତକାଲି ହୋଇଥିବା  ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ  ଚେନ୍ନାଇ ସୁପରକିଙ୍ଗସକୁ ପରାସ୍ତ କରିଥିଲା । ସେହିପରି ଆଇପିଏଲର ପ୍ରଥମ ମ୍ୟାଚରେ ବାଙ୍ଗାଲୋର ମୁମ୍ବାଇକୁ ହରାଇଥିଲା ।

ସମ୍ବନ୍ଧିତ ଖବର